Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫ୍ରେଣ୍ଡସ ଏ ହୋପ୍ ପକ୍ଷରୁ ଚକ୍ଷୁ ପରିକ୍ଷା ଶିବିର

ବରପାଲି: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ବରପାଲି ବ୍ଲକର ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ ଏ ହୋପ୍ ଅନୁଷ୍ଠାନ ଓ ଜର୍ଣ୍ଣାଲିଷ୍ଟ ଏସୋସିଏସନ ବରପାଲି ଶାଖା ମିଳିତ ଉଦ୍ଯମରେ କନବାର ପଞ୍ଚାୟତ ଭବନ ପରିସରରେ ଏକ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ନିମନ୍ର୍ତୀତ ଅତିଥି ମାନଙ୍କ ଗହଣରେ ସଂସ୍ଥା କର୍ମକର୍ତ୍ତା ମାନେ ପ୍ରଥମେ ଜାତିୟ ପତାକା ଉତ୍ତୋଳନ ସହ ସହିଦ ମାନଙ୍କ ବଳିଦାନ ଉଦେଶ୍ଯରେ ଆଲୋଚନା କରାଯାଇଥିଲା। ମୂଖ୍ଯଅତିଥି ଭାବେ କନବାର ସରପଞ୍ଚ ଅଧିକାରୀ ବାରିକ ଶିବିର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଶିବିରରେ ୬୫ ଜଣ ପୁରୁଷ ଓ ମହିଳା ପିଡିତା ନିଜ ଆଖିର ପରୀକ୍ଷା ଓ ପରାମର୍ଶର ସହାୟତା ପାଇଥିଲେ। ସମ୍ମାନିତ ଅତିଥି ଭାବରେ ବାଗବାଡି ସରପଞ୍ଚ ପ୍ରତିନିଧି ମୁକେଶ ଭୋଇ,ଅଇଁଠାପାଲି ସରପଞ୍ଚ ପ୍ରତିନିଧି ଦଶରଥ ବେହେରା,ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ ଉପସଭାପତି ପ୍ରଭୁଚରଣ ମହାନ୍ତି, ବରିଷ୍ଠ ସାମ୍ବାଦିକ ମେଘନାଦ ସାହୁ,ଜାବ ଶାଖା ଅଧିକାରୀ ସୁବ୍ରତ ସାହୁ,ଚଉବର୍ଗ ବିଶି ପ୍ରମୁଖ ଉପସ୍ଥିତ ହୋଇଥିଲେ। ଫ୍ରେଣ୍ଡସ ଏ ହୋପର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ