ଗୋପାଳପୁର,୧୫/୦୮ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ରେ ଆଜି ୭୭ ତମ ସ୍ବାଧିନତା ଦିବସ ତଥା ଆଜାଦି ର ଅମୃତ ମହୋତ୍ସବ ପାଳନ କରାଯାଇଛି l ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ଅଧ୍ୟକ୍ଷ ବି.ଏନ୍. ଦାସ ଙ୍କ କରକମଳ ରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ବି. କେ ଚୌବେ ଏବଂ ଡ଼ ଆର୍ କେ ଝା ପତାକା ଉତ୍ତୋଳନ ରେ ମୁଖ୍ୟ ଅତିଥି ଙ୍କ ସହିତ ଯୋଗ ଦେଇଥିଲେ। କାର୍ଯକ୍ରମ ର ପ୍ରାରମ୍ଭ ରେ ଏନ୍ ସି ସି କ୍ୟାଡେଟ୍ ଏଵଂ ସ୍କାଉଟ୍ ଗାଇଡ୍ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ପ୍ୟାରେଡ୍ ପ୍ରଦର୍ଶନ କରଯାଇଥିଲା । ବରିଷ୍ଠ ଅଧ୍ୟାପିକା କବିତା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ। କୁନି କୁନି ଛାତ୍ର ଛାତ୍ରୀ ମାନେ ନିଜ ଦେଶ ପ୍ରତି ଅହେତୁକ ପ୍ରେମ ଦେଖାଇ ମନଲୋଭା ନୃତ୍ୟ ପରିବେଷଣ କରିଥିଲେ ଏବଂ ବରିଷ୍ଠ ବର୍ଗର ଛାତ୍ର ଛାତ୍ରୀ ମାନେ ଭାଙ୍ଗଡା ନୃତ୍ୟ ର ତାଳେତାଳେ ଦେଶପ୍ରେମ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ଉପସ୍ଥିତ ୫୦ ରୁ ଅଧିକ ଅବିଭାବକ ଏବଂ ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଆନନ୍ଦ ର ସହ କାର୍ଯକ୍ରମ କୁ ଉପଭୋଗ କରିବା ସହ “ମେରି ମାଟି ମେରା ଦେଶ୍” କାର୍ଡ ଧରି ଶପଥ ପାଠ କରିଥିଲେ।
ମୁଖ୍ୟ ଅତିଥି ମହୋଦୟ ନିଜ ଭାଷଣ ରେ ସ୍ବାଧିନତା ର ପ୍ରକୃତ ମହତ୍ତ୍ୱ ଏବଂ ଏନେକ୍ ସ୍ବାଧିନତା ସଂଗ୍ରାମୀ ମାନଙ୍କ ନିଃସ୍ୱାର୍ଥ ବଳିଦାନ ବିଷୟରେ ଛାତ୍ର ଛାତ୍ରୀ ମାନଂକୁ ଅବଗତ କରେଇଥିଲେ । ବରିଷ୍ଠ ବର୍ଗର ଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ମଞ୍ଚ ପରିଚାଳନା ଏବଂ ଦେଶଭକ୍ତି କବିତା ଗାନ ପରେ ଅଧ୍ୟାପକ ବି କେ ଚୌବେ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଶେଷରେ ଛାତ୍ର ଛାତ୍ରୀ ମାନଂକୁ ସାମାନ୍ୟ ଜଳପାନ ଜ୍ଞାପନ ପରେ କାର୍ଯକ୍ରମ ର ଉଦଯାପନ କରାଯାଇଥିଲା।