Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିରଙ୍ଗା ପତାକା ଓ ଲୁହା ପାଇପ ଖୁଣ୍ଟ କୁ ବି ଛାଡିଲେଣି ଦୁର୍ବୁତ୍ତ….ପତାକା ଉତ୍ତଳୋନ ର ୩ ଘଣ୍ଟା ପରେ ପତାକା ଓ ଖୁଣ୍ଟ ଉଭାନ…

ଲକ୍ଷ୍ମୀପୂର 15.08…. ଦେଶ ଆଜି 73ତମ ସ୍ୱାଧୀନତା ଦିବସ ପାଳନ କରିଛି,, ସ୍ୱାଧୀନତା ଦିବସ ଉପଲକ୍ଷେ ଲକ୍ଷ୍ମୀପୂର ବ୍ଲକ ସଦର ମହକୁମା ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା, ଦିନ 12ଟା ସମୟରେ କିନ୍ତୁ ଲକ୍ଷ୍ମୀପୂର ଆଇସିଡିଏସ କାର୍ଯ୍ୟାଳୟ ରେ ଉତୋଳନ କରାଯାଇଥିବା ତ୍ରିରଙ୍ଗା ପତାକା ସହ ଖୁଣ୍ଟ ଉଭାନ ହୋଇଯାଇଥିଲା,ତ୍ରିରଙ୍ଗା ପତାକା ଓ ଲୁହା ପାଇପ ଖୁଣ୍ଟ କୁ ବି ଛାଡିଲେଣି ଦୁର୍ବୁତ୍ତ,ପତାକା ଉତ୍ତଳୋନ ର ୩ ଘଣ୍ଟା ପରେ ପତାକା ଓ ଖୁଣ୍ଟ ଉଭାନ ଘଟଣା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଯାଇଥିଲା,କୋରାପୁଟ ଜିଲ୍ଲା ଲକ୍ଷ୍ମୀପୂର ଆଇସିଡିଏସ କାର୍ଯ୍ୟାଳୟ ର ଘଟିଛି ଏପରି ଘଟଣା…ଏ ନେଇଁ ଥାନା ରେ ଅଭିଯୋଗ କରିଛନ୍ତୁ ସିଡିପିଓ ପାର୍ବତୀ ଆଚାର୍ଯ୍ୟ,ଲକ୍ଷ୍ମୀପୂର ପୋଲିସ କାର୍ଯ୍ୟାଳୟ ରେ ଆସି  ତଦନ୍ତ  କରି ଫେରିଛି ….ଆଜି ସକାଳୁ ସିଡିପିଓ ପାର୍ବତୀ ଆଚାର୍ଯ୍ୟ ପତାକା ଉତ୍ତଳୋନ କରିବା ପରେ କାର୍ଯ୍ୟାଳୟ ରେ ତାଲା ପକାଇ ଚାଲି ଯାଇଥିଲେ, ଏପରିକି କର୍ମଚାରୀ ମଧ୍ୟ କାର୍ଯ୍ୟାଳୟ ରେ କେହି ନଥିଲେ,,12ଟା ବେଳକୁ କାର୍ଯ୍ୟାଳୟ ର କର୍ମଚାରୀ ଆସି ଦେଖିବା ବେଳକୁ ପତାକା ଓ ଖୁଣ୍ଟ ନଥିବା ଦେଖିବାକୁ ପାଇଥିଲେ… ପରେ ଘଣ୍ଟା ଏ ପରେ ତରବରିଆ ଭାବେ ଏକ ବାଉଁଶ ଖୁଣ୍ଟ ଆଣି ପୁଣି ପତାକା ଲଗାଇ ପୁଣି ଚାଲି ଯାଇଥିବା ଦେଖିବା କୁ ମିଳିଥିଲା..ଦୁର୍ବୁତ୍ତ ମାନେ ଯଦି ଲୁହା ପାଇପ ଗୋଟିଏ କୁ ବି ଛାଡୁ ନାହାନ୍ତି ତାହେଲେ ଆଉ କଣ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି…. ଅନ୍ୟ ପକ୍ଷରେ ସ୍ୱାଧୀନତା ଦିବସ କୁ କର୍ମଚାରୀ କିପରି ଛୁଟିଦିନ ଭାବିକି ଚାଲି ଯାଇଥିଲେ, ଏହା ସାଧାରଣତଃ ପାଳିତ ଦିବସ ବା ଅବଜେରବେସନ ଦିନ ଭାବେ ଗଣତି କରାଯାଇଥାଏ, ହେଲେ କାହିଁକି ଅଫିସ ରେ ତାଲା ଝୁଲିଲା ତାହାକୁ ନେଇଁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ