Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ର ବିଭିନ୍ନ ସ୍ଥାନରେ ୭୭ ତମ ସ୍ବାଧିନତା ଦିବସ ପାଳନ..ମିଳିତ ପରେଡ ନହେବାରୁ ଅସନ୍ତୋଷ….

ଲକ୍ଷ୍ମୀପୁର.୧୫।୦୮ ଲକ୍ଷ୍ମୀପୂର ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ସ୍କୁଲ ମାନଙ୍କରେ ରେ ୭୭ ତମ ସ୍ବାଧିନତା ଦିବସ ପାଳନ  ହୋଇ ଯାଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ସ୍କୁଲ ପୋଷାକ ପରିଧାନ କରି ଜାତୀୟ ପତାକା ଧରି ବିଦ୍ୟାଳୟ ରେ ପହଞ୍ଚି ପତାକା ଉତ୍ତାଳନ ରେ ସାମିଲ ହୋଇଥିଲେ….ସ୍ଥାନୀୟ ପଂଚାୟତ ସମିତି  କାର୍ଯ୍ୟାଳୟ ରେ ଅଧ୍ୟକ୍ଷା ଶୁଆଇ କୁଲେଶିକା, ସାଙ୍ଗନା ଉଚ୍ଚ ବିଦ୍ୟାଳୟ, ୟଏନ୍ ରାଜୁ ବାଳିକା ବିଦ୍ୟାଳୟ ଓ କୁସୁମଗୁଡା ହାଇସ୍କୁଲ୍ ଠାରେ ବିଜେଡ଼ି ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେଶିକା,
ମହାବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପୂର୍ବତନ ଅଧ୍ୟକ୍ଷ ବିରେନ ଶତପଥୀ, ଥାନା ରେ ଆଇଆଇସି  ସୁଜ୍ଞାନୀ ସାହୁ, ଆଇସିଡିଏସ କାର୍ଯ୍ୟାଳୟ ରେ ସିଡିପିଓ ପାର୍ବତୀ ଆଚାର୍ଯ୍ୟ, ପଂଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗ, ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ତପନ ନାୟକ,ଲେମ୍ପସ ରେ ସଭାପତି ରାଧେଶ୍ୟାମ ଜାନି, ଆଦିବାସୀ ପ୍ରଗତିବାଦୀ କେନ୍ଦ୍ର ରେ ସଭାପତି ଆପାରାଓ ୱାଡେକା ପ୍ରମୁଖ ଯୋଗ ଦେଇ ପତାକା ଉତ୍ତଳନ କରିବା ପରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ଦେଶ ପାଇଁ ସେମାନଙ୍କ ବଳିଦାନ ସମ୍ପର୍କରେ କହିଥିଲେ।ସେହି ପରି
ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର,ପୂର୍ତ୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ,କୃଷି ବିଭାଗ କାର୍ଯ୍ୟାଳୟ,,ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ,ଏକ୍ସସିଶି ବ୍ୟାଙ୍କ୍, କେସିସି ବ୍ୟାଙ୍କ୍,ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ୍,ଷ୍ଟେଟ୍ ବ୍ୟାଙ୍କ୍,ଅବକାରୀ  କାର୍ଯ୍ୟାଳୟ, ଆମ୍ବେଦକର ସ୍ମୃତି ସମିତି  ତରଫରୁ ବସ ଷ୍ଟାଣ୍ଡ ରେ, ଓ ବଣିକ ସଂଘ ତରଫରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ଆଇଏମ୍ ପବ୍ଲିକ ସ୍କୁଲ,ସିନାଇ ପବ୍ଲିକ ସ୍କୁଲ,ସିଧେଶ୍ୱରି ପବ୍ଲିକ ସ୍କୁଲ,ପୁରୁଣା ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଣିମୁସା ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ   ସଂଗ୍ରାମୀ ଙ୍କ ବେଶ ରେ ସଜିତ ହୋଇ ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ୟାରେଡରେ ଯାଇ ପତାକା ଉତ୍ତୋଳନରେ ଯୋଗ ଦେଇଥିଲେ।ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ ବ୍ଲକ ପଡିଆରେ ସାମୁହିକ ଭାବେ ପ୍ରଶାସନ ତରଫରୁ ପତାକା ଉତ୍ତଳନ କରାଯାଇ ପରେଡ ର ଅଭିବାଦନ ଗ୍ରହଣ କରିବାସହ ଛାତ୍ର ଛାତ୍ରୀ ମାନଙ୍କୁ  ପୁରସ୍କୃତ କରାଯିବା ସହ ସେଓ ବୁନ୍ଦି ପ୍ରଦାନ କରାଯାଇ ଛଡା ଯାଉଥିଲା କିନ୍ତୁ ଗତ କିଛି ବର୍ଷ ହେଲା ଏହା ବ୍ଲକ ପ୍ରଶାସନ ତରଫରୁ କରାଯାଉ ନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ