Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷତାରୋଣ

ବେଲଗୁଣ୍ଠା,17/08, ପାଖାପାଖି ଦୁଇମାସ ଧରି ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି I ଆଜି ସମ୍ବାଦ ପ୍ରତିନିଧି ତଥା ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ସମ୍ବାଦ ସାହିତ୍ୟ ଘର ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ମିଳିତ ସହଯୋଗରେ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତ ଅନ୍ତର୍ଗତ ଠାକୁରାଣୀ ମନ୍ଦିର ଅଞ୍ଚଳ ଏବଂ ଠେଙ୍ଗାଧର – ଧନୀଜାପଲ୍ଲୀ ନିକଟସ୍ଥ ବଡ଼ ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ଦିନ ସାରା ଝିପି ଝିପି ବର୍ଷା ସତ୍ତ୍ୱେ ଯୁବକ ମାନଙ୍କ ମଧ୍ୟରେ ବୃକ୍ଷରୋପଣ କରିବା ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା I ଆଜି ମୁଖ୍ୟତଃ ନିମ୍ବ, ଜାମୁକୋଳି, ଅଶୋକ,କରଞ୍ଜ, ଶାଗୁଆନ୍, ନଡିଆ, ବଉଳ ଆଦି କିସମର 127 ଟି ଚାରା ରୋପଣ କରାଯାଇଛି I ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଙ୍କା ପଂଚାୟତର ପୂର୍ବତନ ସରପଞ୍ଚ ରୋହିତ ଲେଙ୍କା ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଉପସ୍ଥିତ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ I ଏଥିରେ ଅନ୍ୟତମ ଅତିଥି ଭାବେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଉପସଭାପତି ନିଲୁ ପାତ୍ର,ଯୁବକ ସଂଘ ଉପସଭାପତି ତଥା ବଙ୍କା ସେବା ସମବାୟ ସମିତି ସଭାପତି ସୁଶାନ୍ତ ପରିଡା, କୋଷାଧ୍ୟକ୍ଷ ଟୁକୁନା ବିଷୋୟୀ, ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବକ ସଂଘ ସଦସ୍ୟ ଦୀପକ ବାରୀକ, ବିଷ୍ଣୁଧର ନାୟକ, ବଣ୍ଟି ଗୌଡ଼, ଅନୀଲ ସେଠୀ,ସାମ୍ବାଦିକ ପଞ୍ଚାନନ ସାହୁ , ସମାଜସେବୀ ପଞ୍ଚାନନ ପ୍ରଧାନ,ନିରଞ୍ଜନ ନାୟକ, ଶାନ୍ତନୁ କୁମାର ପରିଡ଼ା, ବିଚିତ୍ର କୁମାର ପ୍ରଧାନ୍, ନାରାୟଣ ମହାରଣା, ସୀମାଞ୍ଚଳ ସାହୁ, ଭରତ କୁମାର ନାୟକ, ମାଲ ସ୍ୱାଇଁ, ମଦନ ମୋହନ ସ୍ୱାଇଁ, ସନ୍ନ୍ୟାସୀ ବେହେରା, କାଳିଆ ଗୌଡ଼, ଗୁରୁଦେବ ପରିଡା,ଗୁରୁ ପ୍ରସାଦ ପରିଡ଼ା ସଞ୍ଜୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ବେଲଗୁଣ୍ଠା ଅଞ୍ଚଳରେ ଚାରା ଅଭାବ ଥିବାରୁ ବେଲଗୁଣ୍ଠା ବନପାଳ ଶରତ କୁମାର ମହାନ୍ତି ଜଗନ୍ନାଥପ୍ରସାଦ ଅଞ୍ଚଳରୁ ବୃକ୍ଷ ଆଣି ଯୋଗାଇଦେଇଥିଲେ I ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I