Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡିଓଙ୍କ କାର୍ଯ୍ୟଙ୍କୁ ସାଧାରଣରେ ଜାଣିବା ପରେ….ଖୁସି ହୋଇ କୁଣ୍ଢାଇ ପକାଇଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ.

ଲକ୍ଷ୍ମୀପୁର ୧୫।୦୮ କୃଷୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବସି ସିଧା ସଳଖ ଆଲୋଚନା କରିଥିଲେ।କାକିରିଗୁମା ସ୍ଥିତ ମହିଳା ଚାଷୀ ସରସ୍ବତୀ ଦେବି ଙ୍କ ଫାର୍ମ ହାଉସ ଯିବା ରାସ୍ତାରେ ଫେବୋର ବ୍ରିକ ସାହାଯ୍ୟରେ ହୋଇଥିବା ରାସ୍ତା ହେଉଥିବା ଦେଖି ଖୁସି ହୋଇ କେତେ ଟଙ୍କାର ଓ କେଉଁ ବିଭାଗ କରିଚି ବୋଲି ବିଡ଼ିଓଙ୍କୁ ପଚାରିଥିଲେ।ବ୍ଲକ ତରଫରୁ ପନ୍ଦର ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ବିଡ଼ିଓ ପ୍ରିତୀରଞ୍ଜନ ରଥ ପ୍ରକାଶ କରିବା ପରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ବ୍ଲକ ରେ ଜଣେ ଯୁବ ବିଡ଼ିଓ ରହିଛନ୍ତି ବିକାଶ କାର୍ଯ୍ୟ କୁ ସେ ପ୍ରାଧାନ୍ୟ ଦେଉଛନ୍ତି, ତେଣୁ ସବୁ ସମୟରେ ଅସୁବିଧା ହେଲେ ବିଡ଼ିଓ ଙ୍କ ସହ ଯୋଗାଯୋଗ କରିବାକୁ ଉପସ୍ଥିତ ଜନ ସାଧାରଣଙ୍କୁ ମନ୍ତ୍ରୀ କହିଥିଲେ।ପରେ ଉକ୍ତମହିଳା ଚାଷୀଙ୍କ ଫାର୍ମ ହାଉସ ବୁଲି ଦେଖିବା ସମୟରେ ଲକ୍ଷ୍ମୀପୂର୍ ବିଡ଼ିଓ ପ୍ରିତୀରଞ୍ଜନ ରଥଙ୍କ କାର୍ଯ୍ୟ କିପରି ବୋଲି ଚାଷୀ ମାନଙ୍କୁ ପଚାରିଥିଲେ।ମନ୍ତ୍ରୀଙ୍କ ପ୍ରଶ୍ନ ଶୁଣି ବିଡ଼ିଓ ଆଜ୍ଞା ବହୁତ୍ ଭଲ ଲୋକ ବୋଲି ଚାଷୀ ମାନେ ଉତ୍ତର ଦେବା ପରେ ମନ୍ତ୍ରୀ ବିଡ଼ିଓ ଶ୍ରୀଯୁକ୍ତ ରଥଙ୍କୁ କୁଣ୍ଢାଇ ପକାଇ ଥିଲେ।ପରେ କିଛି ମହିଳା ଚାଷୀ ମନ୍ତ୍ରୀଙ୍କୁ ଏକ କଦଳୀ କାନ୍ଧି ଉପହାର ସ୍ବରୂପ ପ୍ରଦାନ କରିଥିବାରୁ ମନ୍ତ୍ରୀ ଅତ୍ୟନ୍ତ ଖୁସି ହୋଇ ସମସ୍ତଙ୍କୁ ବାଣ୍ଟିବା ସହ ନିଜେ ଗୋଟିଏ ଖାଇବା ପରେ ଭଲ ସ୍ୱାଦ ଓ ମିଠା ଅଛି କହି ପୁଣି ଗୋଟିଏ କଦଳୀ ଖାଇଥିଲେ… ମନ୍ତ୍ରୀ ଙ୍କ ଗସ୍ତ ରେ ସାଧାରଣ ଲୋକ ସେମାନଙ୍କ କିଛି କିଛି ଅଭିଯୋଗ ସିଧାସଳଖ କହି ପାରିଥିବାରୁ ଲୋକେ ଖୁସି ହୋଇଥିଲେ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ