Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରଶାସନ କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୧୮/୦୮ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ବିଭିନ୍ନ ପ୍ରକାରର ଦୁର୍ନୀତି ଅଭିଯୋଗରେ ୯ଦଫା ଦାବିନେଇ ମହାମହୀମ ରାଜ୍ୟପାଳ ଉଦ୍ଦେଶ୍ୟ ରେ ବ୍ଲକ ଅତିରିକ୍ତ ବିଡ଼ିଓ ତ୍ରିପଟି ବାଲାଜି ପାତ୍ରଙ୍କୁ ବ୍ଲକ କଂଗ୍ରେସ ସଭାପତି ଡବ୍ଲ୍ୟୁ.ବାଲକୃଷ୍ଣ।ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବ୍ଲକ ଅଫିସରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଡାକରାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ଦାବି ଉପସ୍ଥାପନ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରତି ପଞ୍ଚାୟତ କୁ ଦେଉଥିବା ୫୦ ଲକ୍ଷଟଙ୍କା ସିଧାସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମ ସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚହେବ ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଂଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ ବୋଲି ଦାବି ଜଣାଇଥିଲେ। ଖାଲିପଡ଼ିଥିବା ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କର । ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ ।ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରିବା ।କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା, ଓ ବ୍ଳକରେ ଶୀତଳ ଭଣ୍ଡାର ଖୋଲିବାର ବ୍ୟବସ୍ଥା କରିବା ।ଲୋ ଭୋଲଟେଜ, ପାଓ୍ବାରକଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା । ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା । ଇତ୍ୟାଦି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଗିରଥୀ ରେଡ୍ଡୀ, ସୂର୍ଯ୍ୟ ନାରାୟଣ ରେଡ୍ଡୀ, ଦୂର୍ଯ୍ୟଧନ ବେହେରା, ନାରୀନେତ୍ରୀ ଶୁବାସିନୀ ପଟ୍ଟନାୟକ, ଗୀତାଞ୍ଜଳୀ ସାହୁ, ଶର୍ମିଲା ଚର୍ଚ୍ଚୀ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories