Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିତ୍ତୀୟ ସାକ୍ଷରତା ଓ ସଚେତନ ଶିବିର

ଲକ୍ଷ୍ମୀପୂର ୧୯/୦୮ ..ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆନୁକୁଲ୍ୟରେ ବିତ୍ତିୟ ସାକ୍ଷରତା ସପ୍ତାହ ପାଳନ ଅବସରରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଯାଇଛି। ଶିବିର କୁ ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ସଭାପତି ଭାବେ ଉପସ୍ଥିତ ଥିଲେ।ଭୁବନେଶ୍ଵର ରୁ ଆସି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିନୋଦ କୁମାର ଦାସ ଉପସ୍ଥିତ ୨୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିତିୟ ସାକ୍ଷରତା ଉପରେ ସଚେତନ କରିଥିଲେ। ଅନଲାଇନ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ରେ କଣ କରିବା ଓ କଣ ନକରିବା,ୟୁନିଫେଡ ପେମେଣ୍ଟ ଇଣ୍ଟର ଫେସ୍, କ୍ରେଡିଟ କାର୍ଡ, ଡେବିଟ କାର୍ଡ ର ବ୍ୟବହାର, ଗ୍ରାହକଙ୍କ ଦାୟିତ୍ଵ ବୋଧ, ଅନଧିକୃତ ଇଲେକ୍ଟ୍ରୋନିକ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ, ରିସ୍କ ବା ବିପଦ ବନାମ ଲାଭ ଉପରେ ବିଶେଷ ଭାବେ ସଚେତନ କରାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ଦ୍ଵାରା ଦିଆ ଯାଉଥିବା ବିଦ୍ୟା ଲକ୍ଷ୍ମୀ ଯୋଜନା ର ସତ୍ ଉପଯୋଗ, ବେନାମୀ ସଂସ୍ଥା ଠାରୁ ଋଣ ନକରିବା, ଅନଲାଇନ ଠକେଇ ରୁ ବଞ୍ଚିବା ପାଇଁ ବିଭିନ୍ନ ଉପାୟ, ଆବଶ୍ୟକତା ଓ ଚାହିଦା ମଧ୍ୟରେ ପାର୍ଥକ୍ୟ ତଥା ଅନଲାଇନ ବ୍ୟାଙ୍କିଙ୍ଗ ସେବାର ସୁଯୋଗ ଉପରେ ସ୍ମାର୍ଟ୍ ବୋର୍ଡ ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଦାସ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରିଥିଲେ,, ଲୋଭର ବଶବର୍ତ୍ତୀ ନହୋଇ ବେନାମୀ ସଂସ୍ଥାରୁ ଋଣ ନକରିବାକୁ ଅନୁରୋଧ ରଖିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଶିବିର ପରିଚାଳନା କରିଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ,ଶଙ୍କର ଗୁଡୁମ୍ବକା, ସୁକାନ୍ତ ଯାଦବ, ଆଶୀର୍ବାଦ ନାୟକ, କସ୍ତୁରୀ ଶବର, ମାଧୁରୀ ଲେଙ୍କା, ଜ୍ୟୋତ୍ସନା ପଣ୍ଡା, ସୁନିତା ସାହୁକାର, ପ୍ରିୟଙ୍କା ବିଶୋଇ, ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ, ନୂତନ ଚେଟି ଓ ରାଜେଶ୍ୱରି ମହାରଣା ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ