Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫ୍ୟାନରେ ଝୁଲି ଜୀବନ ହାରିଲେ ମାଆ-ପୁଅ, ନିଶ୍ଚିହ୍ନ ହୋଇଗଲା ପୂରା ପରିବାର

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। ପ୍ରଥମେ ବାପ-ପୁଅଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ଏବେ ମାଆ ଓ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଆ ଜ୍ୟୋତ୍ସ୍ନା ରାଣୀ  ଦାଶ(୬୦) ଓ ପୁଅ ସୁଧୀର ପଣ୍ଡା (୩୫)। ଜ୍ୟୋତ୍ସ୍ନା ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଗତ ୨ ଦିନ ହେବ ଉବୟଙ୍କୁ ଦେଖିବାକୁ ମିଳିନ ଥିଲା। ତେବେ ଆଜି ସକାଳେ କେୟାର ଟେକର ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁଯାୟୀ, ଦୁଇଟି ଫ୍ୟାନରେ ଝୁଲି ଦୁହେଁ ଆତ୍ମହତ୍ୟା କରିଛନ୍ତି। ଦୁଇ ଦିନ ହେବ  ଦୁହେଁ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ସୁଧୀରଙ୍କ ସ୍ତ୍ରୀ ରାଉରକେଲା ସ୍ଥିତ ତାଙ୍କ ବାପାଙ୍କ ଘରକୁ ଯାଇଛନ୍ତି। କୋଭିଡ ସମୟରେ ଜ୍ୟୋତ୍ସାଙ୍କ  ସାନ ପୁଅଙ୍କ ମୃତ୍ୟୁ ଘଟିଥିଲା। ସେ ମଧ୍ୟ ଜଣେ ଶିକ୍ଷକ ଥିଲେ। ଏହା ପୂର୍ବରୁ ଜ୍ୟୋତ୍ସ୍ନା ରାଣୀ ଦାଶଙ୍କ ସ୍ବାମୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ବାପ-ପୁଅଙ୍କ ମୃତ୍ୟୁ ପରେ ମା-ପୁଅ ଚାପ ଓ ବିଷାଦରେ ଥିବା ପଡ଼ୋଶୀ ସନ୍ଦେହ କରୁଛନ୍ତି। ଏବେ ପୂରା ପରିବାର ନିଶ୍ଚିହ୍ନ ହୋଇଯାଇଛି।