ନଭେମ୍ବର ୩ରେ ସ୍ଥଳଭାଗ ଛୁଇଁପାରେ Severe Cyclonic Storm, ୧୨୦ କିମି ବେଗରେ ବହିପାରେ ପବନ!
ବଙ୍ଗୋପସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଶକ୍ତିଶାଳୀ ହେଉଥିବାରୁ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ବଢ଼ିଲା ବିପଦ। ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘୂର୍ଣ୍ଣିବାତ୍ୟାର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ Cyclonic Storm ଏବଂ ନଭେମ୍ବର ୨ ସୁଦ୍ଧା Severe Cyclonic Stormରେ ପରିଣତ ହୋଇପାରେ। ନଭେମ୍ବର ୧ ତାରିଖର INSAT-3DS ସାଟେଲାଇଟ୍ ଚିତ୍ରରେ ବଙ୍ଗୋପସାଗର ଉପରେ ଏକ ସୁସଂଗଠିତ ଘୂର୍ଣ୍ଣାୟମାନ ମେଘମାଳା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ସିଷ୍ଟମ୍ ଚେନ୍ନାଇଠାରୁ ପ୍ରାୟ ୬୩୦ କିମି, ବିଶାଖାପାଟଣାଠାରୁ ୭୧୦ କିମି ଏବଂ ନେଲ୍ଲୋରଠାରୁ ୭୧୦ କିମି ଦୂରରେ ରହିଛି।
ନଭେମ୍ବର ୩ରେ Landfall ଆଶଙ୍କା
IMDର ପୂର୍ବାନୁମାନ ଅନୁଯାୟୀ, ଏହି ଘୂର୍ଣ୍ଣିବାତ୍ୟା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ନେଲ୍ଲୋର ଓ ନରସାପୁର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବା ସହ ଝଟକା ପବନ ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା, ଗଛ ଉପୁଡ଼ିବା, ଘର କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

