Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିନ୍ଦୁ ଦେବାଦେବୀ ଙ୍କ ଆପତ୍ତି ଜନକ ପୋଷ୍ଟକୁ ମୁସଲିମ ସମାଜର ନିନ୍ଦା

ଖଡ଼ିଆଳ : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଆପତ୍ତିଜନକ ଫଟୋ ଛାଡ଼ିବା ନେଇ ଆଜି ଖଡ଼ିଆଳରେ ବନ୍ଦ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ। ଅନ୍ୟ ପକ୍ଷରେ ମିଡିଆ ପୋଷ୍ଟକୁ ନିନ୍ଦା କରି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ଦାବି କରିଛି ମୁସଲିମ ସମ୍ପ୍ରଦାୟ। ସୁନ୍ନି ହନ୍ଫି ମୁସଲିମ ଜମାତ୍ ଖଡ଼ିଆଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ନିନ୍ଦା କରାଯାଇଛି। ଶହ ଶହ ବର୍ଷ ଧରି ଖଡିଆଳରେ ବିଭିନ୍ନ ସମ୍ପ୍ରଦାୟ ଭାଇଚାରା ସହିତ ରହି ଆସୁଥିବା ବେଳେ ଏପରି ଘଟଣା ଦୁଃଖଦାୟକ ବୋଲି ସମାଜ ପକ୍ଷରୁ କୁହାଯାଇଛି। ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସମାଜ ଦାବି କରିବା ସହ ଏହି ପୋଷ୍ଟ ତାଙ୍କର ବ୍ୟକ୍ତିଗତ ଓ ଏଥିରେ ସମାଜର କୌଣସି ଭୂମିକା ନାହିଁ ବୋଲି କୁହାଯାଇଛି। ପୂର୍ବ ପରି ସମସ୍ତ ଗୋଷ୍ଠୀ ଭାଇ ଭାଇ ପରି ଚଳିବାକୁ ନିବେଦନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ