Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟ ର ସମୀକ୍ଷା।

କୋକସରା:୨୫/୦୮ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ ଶୁକ୍ରବାର କୋକସରା ବ୍ଲକ ଗସ୍ତ ରେ ଆସି କୋକସରା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ଙ୍କ ସହ ବ୍ଲକ ର ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିବା ପରେ କୋକସରା ବ୍ଲକ ରେ ଓଡିଶା ରାଜ୍ୟ ସରକାର ଙ୍କ 5 ଟି ଯୋଜନାରେ ଅନ୍ତର୍ଭୁକ୍ତ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀ ,କାର୍ଯ୍ୟ ନିର୍ବାହ ସଂସ୍ଥା ସହିତ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କ୍ରମରେ କୋକସରା ଡିଗ୍ରୀ ମହାବିଦ୍ୟାଳୟ, ଲଡୁଗାଁ କଲେଜ, ଲଡୁଗାଁ ବାଉରୀ ମନ୍ଦିର, ଲଡୁଗାଁ ମାରବାଡ଼ି ଯୁବା ଭବନ, କୁମୁଡ଼ାମୁଣ୍ଡା ଧବଳେଶ୍ବର ଶୈବପୀଠ, ଡୁଡୁକାଠେଙ୍ଗା ଓ ଡେଙ୍ଗାଗୁଡା ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ, ପରିଦର୍ଶନ ଓ ତଦାରଖ କରି ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଡ଼ିଓ, ବ୍ଲକ ଉପାଧ୍ୟକ୍ଷ, ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ।