Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ଦଫା ଦାବି ନେଇ ଜିଲ୍ଲାପାଳ ଓ ସିଏସଓଙ୍କୁ ଦାବିପତ୍ର ଦେଲେ ଯୋଗାଣ ସହାୟକ ସଂଘ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳ ଓ ସିଏସଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ୬ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଆସନ୍ତା ୨୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ସେମାନଙ୍କ ଦାବି ଯଥା ଯୋଗାଣ ସହାୟକର ଚାକିରି ସ୍ଥାୟିତ୍ଵ ଓ ମାସିକ ଦରମା ୨୫ ହାଜର ଟଙ୍କାକୁ ବୃଦ୍ଧି କରାଯିବା, ପିଡିଏସ ଲାଇସେନ୍ସ ଦିଆଯିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି, ପଞ୍ଚାୟତ ରାଜ ବିଭାଗ ବଦଳରେ ଯୋଗାଣ ବିଭାଗ ଅଧିନରେ ଅନ୍ତର୍ଭୁକ୍ତ କରିବା ଓ ପଦବୀ ଆସିଷ୍ଟାଣ୍ଟ ସପ୍ଲାଏ ଇନିସପେକ୍ଟରରେ ନାମିତ କରାଯିବା, ମାସିକ ପିଡିଏସ ଆବଣ୍ଟନରେ ୨ ପ୍ରତିଶତକୁ ଭରଣା କରାଯିବା ଭଳି ଦାବି ରହିଛି। ଏହି ଦାବିପତ୍ର ପ୍ରଦାନ ଵେଲେ ବ୍ଲକ ସଭାପତି ନରେନ୍ଦ୍ର ବାଗ, ବ୍ଲକ ସମ୍ପାଦକ ମହେଶ୍ବର ବିଭାର, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ କୁମାର ଜଗତ, ଗଣେଶ ମେହେର, ଯଯାତି କେଶରୀ ବାରିକ, ଯତୀନ୍ଦ୍ର ବିଶି, ସୁବାଷ ତାଣ୍ଡି, ଗୌର ତାଣ୍ଡି, ପଦ୍ମିନୀ ବାଗ, ଶୁକ୍ରୁ ଶବର, କେକି ମୋହନ ବୈଠାରୁ, ଚିନ୍ତାମଣି ବାଗ, ଟୁକୁ ପୋଡ଼, ଭୂଜାଙ୍ଗ ଭୂଷଣ ସେନାପତି, ପବିତ୍ର ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ