Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂରଜ ମଲ୍ କଲେଜ ପୂର୍ବତନ ଅଧ୍ୟକ୍ଷା ଙ୍କ ବିୟୋଗ ରେ ଶୋକସଭା

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ସୂରଜମଲ କଲେଜ ପରିସରରେ ଡ. କିରଣବାଳା ରଥଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଡ. ରଥ ସୂରଜ ମଲ କଲେଜରେ ତା:୦୧/୦୨/୨୦୦୫ ମସିହାରୁ ତା:୩୧/୦୫/୨୦୦୭ ପର୍ଯ୍ୟନ୍ତ ଅଧ୍ଯକ୍ଷ ଦାୟିତ୍ବରେ ଥିଲେ। ସ୍ବର୍ଗତ ଡ.ରଥ ସାହିତ୍ୟିକ, ସୁବକ୍ତା ସହିତ ଜଣେ ଛାତ୍ରବତ୍ସଳ ଅଧାପିକା ଥିଲେ ବୋଲି ଅଧ୍ଯକ୍ଷ ଡ.ମନୋଜ କୁମାର ପଣ୍ଡା କହିଥିଲେ। କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ