ଜୟପାଟଣା ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷକ ଙ୍କ ପରିବାର କୁ ସହାୟତା ପ୍ରଦାନ।

କୋକସରା୨୬/୦୮ ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ତରଫରୁ ସ୍ବର୍ଗତ ଶିକ୍ଷକ ବିଶେଶ୍ୱର ମହାରଣା ଙ୍କ ଦଶାହ କାର୍ଯ୍ୟରେ ଯୋଗଦାନ କରି ଶୋକାତୁର ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତ। ଶିକ୍ଷକ ସ୍ବର୍ଗତ ବିଶେଶ୍ୱର ମହାରଣା ପୋଡ଼ାଖୋଳ କ୍ଲଷ୍ଟର ସାଗଯୋର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ୨୦୧୧ ଶିକ୍ଷା ସହାୟକ ଭାବେ ପ୍ରଥମ କରି ଜଟିଆପଡ଼ା ପ୍ରାଥମିକ ବିଦ୍ୟାଳୟରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଚାରିମାସ ପୂର୍ବରୁ ତାଙ୍କ ନବଜାତ ଶିଶୁ ଜନ୍ମ ହୋଇ ଖୁସିରେ ଥିବାବେଳେ ଶିକ୍ଷକ ଙ୍କ ଅକାଳ ବିୟୋଗ ହୋଇଥିଲା। ଶିକ୍ଷକ ଙ୍କ ବାପା,ମା ନବଜାତ ଓ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।ଏକମାତ୍ର ରୋଜଗାରିଆ ପୁଅ ଭାବେ ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ।ଶିକ୍ଷକ ଜୀବନରେ ନିଷ୍ଟା, କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ଛାତ୍ର,ଗ୍ରାମ ତଥା ଶିକ୍ଷକ ପରିବାରରେ ସ୍ଵତନ୍ତ୍ର ପରିଚୟ ପାଇଥିଲେ।ତାଙ୍କ ବିୟୋଗ ଜୟପାଟଣା ଶିକ୍ଷା ବିଭାଗ ପାଇଁ ଅପୂରଣୀୟ କ୍ଷତି ବୋଲି ସଂଘ ପରିବାର ମତପୋଷଣ କରିଛନ୍ତି।ସଂଘ ତରଫରୁ ପରିବାର କୁ ଆର୍ଥିକ ସହଯୋଗ ରାଶି ୨୫,୦୦୦/_ ଟଙ୍କା ତାଙ୍କ ନବଜାତ ଶିଶୁ ଙ୍କୁ ପ୍ରଦାନ କରିଛନ୍ତି ଏବଂ ଧର୍ଯ୍ୟ ସହ ରହିବା ତଥା କାର୍ଯ୍ୟଳୟରେ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସେଟ୍ର କାର୍ଯ୍ୟାଳୟରୁ କରାଯିବାକୁ ସଂଘ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଶିକ୍ଷକ ସଙ୍ଘ ପକ୍ଷରୁ ବ୍ଲକ ସମ୍ପାଦକ,ଲଳିତ କୁମାର ନାଏକ,ଯୁଗ୍ମ ସମ୍ପାଦକ,ନବକିଶୋର ନାଏକ, କୋଷାଧ୍ୟକ୍ଷ,ରମାକାନ୍ତ ମାଝୀ, ମାନସ ରଂଜନ ପଣ୍ଡା, ସିଆରସି ମଙ୍ଗଳପୁର, ସାଙ୍ଗଠାନିକ ସମ୍ପାଦକ ଗୋଳେଖ ବିହାରୀ ସିଂ , ସିଆରସି ଶ୍ରୀକାନ୍ତ ଦଳପତି ପ୍ରମୁଖ ଉପସ୍ଥିତ ରହିଥିଲେ।