ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସରକାରୀ ହସ୍ପିଟାଲ ପରିଦର୍ଶନ

ସମ୍ବଲପୁର(କୁଚିଣ୍ଡା):ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସରକାରୀ ହସ୍ପିଟାଲ ପରିଦର୍ଶନ କରି ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି।ଏହା ପରେ ଉପସ୍ଥିତ ହସ୍ପିଟାଲ ଅଧ୍ୟକ୍ଷ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିୟାଯିବ ଏହି ବିଷୟରେ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ମୁଲ୍ୟବାନ ଓ ଉପଦେୟ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଓଡିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ହୃଦୟରୁ ଧନ୍ୟବାଦ ଜଣାଇଥିବା ଉପଦେଷ୍ଟା ଶ୍ରୀ ବିଶ୍ୱାଲ କହିଛନ୍ତି।ଏହି ପରିଦର୍ଶନ ଅବସରରେ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।