Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳଭାରତ କୃଷକ ସଭା ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ଦାବି ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୦୧/୦୯ ଅଖିଳଭାରତ କୃଷକ ସଭା ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟ ନେଇ ନାରୀ ନେତ୍ରୀ ଏନ୍.ଭାନୁମତୀ ରେଡ୍ଡୀ ଙ୍କ ନେତୃତ୍ୱରେ ୧୬ଦଫା ଦାବୀ ନେଇ ଏକ ସ୍ମାରକପତ୍ର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟ ଙ୍କୁ ପ୍ରଦାନ କରିଛନ୍ତି। କୃଷକ ମାନଙ୍କ ମୌଳିକ ଅଧିକାର ରହିଛି ସେ ବିଷୟରେ ସରକାର ଆଲୋକପାତ କରୁ ନଥିବା ବେଳେ ଚାଷୀ ମାରଣନୀତି ଆପଣାଉ ଥିବା ନେଇ ଦାବୀ ଉପସ୍ଥାପନ କରିଛନ୍ତି। ଚାଷ ଆରମ୍ଭ ପୂର୍ବରୁ, ମୂର୍ତ୍ତିକା କୁପରିକ୍ଷଣ, ଅଞ୍ଚଳର କେଉଁ ଜମି କେଉଁ ଚାଷପାଇଁ ଉପଯୁକ୍ତ ତାର ବୈଜ୍ଞାନିକ ସର୍ବେକ୍ଷଣ, ସବୁଜ ସାରର ବ୍ୟବହାରକୁ ପ୍ରୋତ୍ସାହନ, ଜମି ଜମାର ରେକର୍ଡ ସଂଶୋଧନ, ଜଳଉତ୍ସ ଏବଂ କେନାଲ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ସଠିକ ଭାବରେ ହେଉନଥିବା।ନଦୀ ସଂଯୋଗିକରଣ, ନଦୀ ଅବବାହିକା ଓ ନଦୀଗର୍ଭରେ ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଅଂଚଳକୁ ବ୍ୟାପକ ଜଳସେଚନ ପ୍ରସ୍ତାବପ୍ରତି ସରକାରୀ ଉଦାସୀନତା ଯୋଗୁଁ, ଅଂଚଳର ଚାଷଜମିର ଅଧିକାଂଶ ଏଯାବତ୍ ଵର୍ଗ ଆଶ୍ରିତ ହୋଇ ରହିଛି।ବିଗତ ବର୍ଷ,ବର୍ଷା ଦ୍ଵାରା କ୍ଷତିଗ୍ରସ୍ତ ଫସଲର ଉପଯୁକ୍ତ କ୍ଷତିପୂରଣ ଏବଂ ବୀମାପ୍ରାପ୍ୟ ସମସ୍ତ ଚାଷି ପାଇପାରିନଥିବା ବେଳେ ପାଣିଲଗା ଧାନକ୍ରୟ ପାଇଁ ସରକାରୀ ନିଷ୍ପତି ହୋଇ ନପାରିବା ଯୋଗୁଁ ଚାଷି ମଣ୍ଡିରେ ବିକ୍ରି କରିନପାରି, ଅଭାବୀ ବିକ୍ରିର ଶୀକାର ହୋଇଥିଲା ।ଗତ ବର୍ଷ ଭଲ ଫସଲ ହୋଇଥିଲା ବେଳେ “ଟୋକେନ୍” ରେ ଧାନର ପରିମାଣ କମ୍ ଆସିଥିବା ଯୋଗୁଁ, ଚାଷି ନିଜର ସମସ୍ତ ଆଦାୟ ଧାନମଣ୍ଡିରେ ବିକ୍ରି କରିବାକୁ ସୁଯୋଗ ପାଇ ନଥିଲା । ଗତ କିଛି ବର୍ଷଧରି ବ୍ୟବସ୍ଥା ଜନିତ ତ୍ରୁଟି ଯୋଗୁଁ, ଟୋକନ ପାଇଥିବା ବହୁବାଷି ମଣ୍ଡିରେ ନିଜ ଧାନ ବିକ୍ରି କରିନପାରି ନିଜ ଅଧିକାରରୁ ବଂଚିତ ରହିଛନ୍ତି, ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ସୁଚିନ୍ତିତ ଯୋଜନା ଓ ତତ୍କାଳ ପଦକ୍ଷେପ ଅଭାବରୁ ଚାଷି ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଉଛି।ଋଣ ବୋଝ,ଚଢ଼ା ଦରରେ ସାର, କିଟନାଶକ କିଣିବା, ଚାଷି ଆବଶ୍ୟକ କରୁଥିବା ସାର ଉପଲବ୍ଧ ନହେବା ଆଦିନେଇ ଚାଷି ହନ୍ତସନ୍ତ ହେଉଥିଲାବେଳେ, ବଣ୍ୟଜନ୍ତୁ ଦ୍ଵାରା ଫସଲକ୍ଷତି, ଶୀତଳ ଭଣ୍ଡାର ଅଭାବରୁ ଉତ୍ପାଦିତ ପନିପରିବା ଶସ୍ତାଦରରେ ବିକ୍ରିଭଳି ପରିସ୍ଥିତି ବୋଝ ଉପରେ ନଳିତା ବିଡା” ଭଳି ହୋଇଛି, ଫସଲ ବିକ୍ରି ପାଇଁ ପଞ୍ଜିକରଣ ସମସ୍ୟା ଏବଂ ବିକ୍ରି ବେଳେ ମଣ୍ଡି ସମସ୍ୟାରୁ ଜିଲ୍ଲାର ଚାଷୀ ନିସ୍ତାର ପାଇନାହିଁ । ଗତ ବର୍ଷ ସମସ୍ତ ସରକାରୀ ନୀତି ନିୟମକୁ ଉଲଂଘନ କରି, କୁଇଣ୍ଟାଲ ପିଛା ପାଂଚ ରୁ ସାତ କିଲୋଗ୍ରାମ ଅଧିକ ଧାନଚାଷି ମାନଙ୍କ ଠାରୁ ଜୋର ଜବରଦସ୍ତ ନିଆଯାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା, ଚାଷିକୁ ଗଭୀର ଆଘାତ ଦେଇଛି ।ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଛି । ଜୁନ ମାସ ଠାରୁ ଏ ଯାବତ୍ ଅଂଚଳରେ ବୃଷ୍ଟି ପରିମାଣ କମ୍ ରହିଛି । ଅସ୍ଥିର- ପାଣିପାଗ ଓ ନିଅଣ୍ଟିଆ ବର୍ଷା, ଚାଷିଙ୍କ ପାଇଁ କେଉଁ ପରିସ୍ଥିତି ନେଇ ଆସିବ, ସେ ନେଇ ଚାଷି ଆତଂକିତ ରହିଛି । ଏହି ପରିପ୍ରେକ୍ଷୀରେ ଅଂଚଳର ଚାଷିଙ୍କର ଅଂଗେ ଲିଭାଇଥିବା କିଛି ସମସ୍ୟା ଓ ତା ର ସମାଧାନ ପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରସ୍ତାବ, ଚଳିତ ଖରିଫ ଓ ଆଗାମୀ ରବି ଋତୁ ମଧ୍ୟରେ କାର୍ଯ୍ୟକାରି କରାଯିବା ଦାବୀ ଉପସ୍ଥାପନ କରିଛନ୍ତି। ବରିଷ୍ଠ ଚାଷୀ ନେତା ରମେଶଚନ୍ଦ୍ର କର, ପ୍ରମୋଦ କୁମାର ଦାସ, ସୀମାଞ୍ଚଳ ମିଶ୍ର, ସନ୍ତୋଷ ଦାସ, ପ୍ରଫୁଲ୍ଲ କୁମାର ଜେନା, ବିଘ୍ନରାଜ ଦଳେଇ, ଅମର ସାହୁ, ଶିବ ଜେନା, ଅମର ପାତ୍ର, ଶୁଶାନ୍ତ ପାତ୍ର, ଗଙ୍ଗାପାଣି ରେଡ୍ଡୀ ବାବୁଲା ଜେନା ସମେତ ବ୍ଲକ ଅଞ୍ଚଳର କୃଷକ ମାନେ ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories