Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ଢ଼ାବା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।୨ ଆହାତ।୨ ମୋଟରସାଇକେଲ ଭଙ୍ଗାରୁଜା।

ଗୋପାଳପୁର,୦୧/୦୯ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା କନିଷି ଢ଼ାବା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ଗୋଷ୍ଠୀ ର ୨ ଜଣ ଆହାତ ହୋଇଥିବା ବେଳେ ୨ ଟା ମୋଟରସାଇକେଲ ଭଙ୍ଗାରୁଜା ଘଟିଥିବା ଜଣାପଡିଛି। ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳର କିଛି ଯୁବକ ଢ଼ାବା କୁ ଖାଇବାକୁ ଆସିଥିବା ବେଳେ ସେଠାରେ ପୂର୍ବରୁ ଥିବା ହଳଦିଆପଦର ଅଞ୍ଚଳର କିଛି ଯୁବକଙ୍କ ସହ ବଚସା ହୋଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଉଭୟ ଗୋଷ୍ଠୀ ର ୨ ଯୁବକ ଆହାତ ହେବା ସହ ୨ ଟି ମୋଟରସାଇକେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସମୟ ରେ ସେଠାରୁ ଉଭୟ ଗୋଷ୍ଠୀ ର ଯୁବକ ମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣା ସ୍ଥଳରୁ କ୍ଷତିଗ୍ରସ୍ତ ଦୁଇଟି ମୋଟରସାଇକେଲ କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ଘଟଣା ନେଇ ଆଜି ରାତିରେ ଉଭୟ ଗୋଷ୍ଠୀ ପକ୍ଷରୁ ୨ ଟି ଲିଖିତ ଅଭିଯୋଗ ହୋଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ପୁଲିସ ଘଟଣା ପରେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ସୂଚନା ଦେଇଛି। ଅନ୍ୟ ପଟେ ସହର ତଳି ଅଞ୍ଚଳରେ ଗତ କିଛି ଦିନ ଧରି ଗୋଟିଏ ଗୋଷ୍ଠୀ ସକ୍ରିୟ ହେବା ସହ ଗଣ୍ଡଗୋଳ କରିବା, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହ ନିଜର ପତିଆରା ବୃଦ୍ଧି କରିବା ପାଇଁ ଯୋଜନା କରୁଥିବା ଯୋଗୁଁ ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।ଏନେଇ ଗୋଟିଏ ଗୋଷ୍ଠୀର ସହଯୋଗୀ ଶିବରାମ ସେଠୀ ଶୁକ୍ରବାର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏନେଇ ଥାନା କେସ ନମ୍ବର ୪୨୮/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି ଘଟଣା ସମ୍ପର୍କରେ ଅାଇପିଏସ ପ୍ରୋବେସନ ଅଙ୍କିତ କୁମାର ବର୍ମାଙ୍କୁ ଘଟଣା ସଂମ୍ପର୍କ ରେ ପଚାରିବାରୁ ମାରପିଟ ହୋଇଥିବା ଥାନା ଅଭିଯୋଗ ହୋଇଛି ଘଟଣା ତଦନ୍ତ ଚାଲିଛି ବିଶୃଙ୍ଖଳା କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଙ୍କିତ ସୁଚନା ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories