Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ରେ ରାଷ୍ଟ୍ରୀୟ ଏକତା ପର୍ବ ପାଳନ

ଗୋପାଳପୁର,୦୩/୦୯ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ପରିସରରେ ଆଞ୍ଚଳିକ ସ୍ତରୀୟ ରାଷ୍ଟ୍ରୀୟ ଏକତା ପର୍ବ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ର ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିବା ବେଳେ ଏଥିରେ ୭ ଟି କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର, ବ୍ରହ୍ମପୁର, ଆସ୍କା,ଚିଲିକା, କନ୍ଧମାଳ, ଗୋପାଳପୁର ଏଵଂ ହିଞ୍ଜିଲି କାଟୁ ରୁ ୨୦୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ବି.ଏନ୍. ଦାସ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆର୍ମି ଏ ଡି ସେଣ୍ଟର ର କମାଣ୍ଡ।ନ୍ଟ. ବ୍ରିଗେଡିୟର ଆଇ. ଏସ୍ ପଞ୍ଜରଥ, ଏସ୍. ଏମ୍ ଏବଂ ତାଙ୍କ ସହିତ ଆର୍ମି ମୁଖ୍ୟ ଶିକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତାପ ରଜନିଶ୍ ସିଂହ ଯୋଗ ଦେଇଥିଲେ। ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ମାନେଜମେଣ୍ଟ କମିଟି ର ସଦସ୍ୟ ଡ : ରାମଚନ୍ଦ୍ର ଜେନା, ,ପ୍ରାଚାର୍ଯ୍ୟ ମହୋଦୟ ଙ୍କ ପତ୍ନୀ ଶ୍ରୀମତୀ ମମତା ଦାସ୍ ଏଵଂ ଅନ୍ୟ ସମ୍ମାନନୀୟ ଅତିଥି ମାନେ ଯୋଗ ଦେଇଥିଲେ |
ମୁଖ୍ୟ ଅତିଥି ମହୋଦୟ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ ଏବଂ ପ୍ରତିଯୋଗୀ ମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରୀୟ ଏକତା କୁ ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟାପିକା କବିତା ଶ୍ରୀବାସ୍ତବ ଏବଂ ଗୀତା ଦାସ ପ୍ରମୁଖ ମଞ୍ଚପରିଚାଳନା କରିଥିଲେ ଏବଂ ବିଭିନ୍ନ ବିଦ୍ୟାଳୟ ର ପ୍ରତିଯୋଗୀ ମାନେ ନିଜ ନିଜ ର ମରାଠୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ସମୂହ ଗାନ,ଏକକ ସଙ୍ଗୀତ(ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ଲୋକସଙ୍ଗୀତ) ଏକକ ଅଭିନୟ,ନୃତ୍ୟ(ଲୋକ ଗୀତ, ଶାସ୍ତ୍ରୀୟ), ସମୂହ ନୃତ୍ୟ,ଚିତ୍ର କଳା (୨- ଡି,୩- ଡି), ଖେଳନା ଗଠନ, ପ୍ରୋଜେକ୍ଟ ଆଦି ରେ ଭାଗ ନେଇ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥଲେ। ବରିଷ୍ଠ ଅଧ୍ୟାପକ ବି କେ ଚୌବେ ଧନ୍ୟବାଦ୍ ଅର୍ପଣ କରିଥିଲେ। । ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶୁଭ୍ର ସୌରଭ ବେହେରା,ଜୟା ପୁରୁୱାର
ତଥା ସମସ୍ତ ଶିକ୍ଷକ ତଥା କର୍ମୀ ମାନଙ୍କ ସହଯୋଗ ରେ କାର୍ଯକ୍ରମ ସୁଚାରୁ ରୂପେ ପରିଚାଳନା କର।ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories