Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ହେଲେ ଯଶପ୍ରୀତ ବୁମରା, ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ପ୍ରସିଦ୍ଧ କ୍ରୀଡ଼ା ଉପସ୍ଥାପିକା ସଞ୍ଜନା ଗଣେଶନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି କାରଣରୁ ଏସିଆ କପରେ ଦଳରେ ସାମିଲ୍ ବୁମରା ତିନି ଦିନ ପାଇଁ ମୁମ୍ବାଇ ଆସିଛନ୍ତି। ଅଚାନକ ଦଳ ଛାଡ଼ି ଭାରତ ଆସିବା ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା କରାଯାଉଥିଲା। କିନ୍ତୁ ବୁମରା ନିଜ ସନ୍ତାନ ଜନ୍ମ ପାଇଁ ମୁମ୍ବାଇ ଆସିଛନ୍ତି। ସେ ତିନି ଦିନ ପରେ ଭାରତୀୟ ଦଳ ସହ ଯୋଗ ଦେବେ।

ଏସିଆ କପରେ ଆଜି ଭାରତ ନେପାଳକୁ ଭେଟିବ। ଏହି ମ୍ୟାଚ୍ ପାଇଁ ବୁମରା ଦଳରେ ଉପଲବ୍ଧ ନାହାନ୍ତି। ବୁମରା ସାମାଜିକ ଗଣମାଧ୍ୟମରେ ନିଜର, ପତ୍ନୀ ସଞ୍ଜନା ଓ ପୁଅ ଅଙ୍ଗଦର ହାତ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଛାଡ଼ିବା ସମୟରେ ସେ ନିଜ ପୁଅଙ୍କ ନାମ ମଧ୍ୟ ଜଣାଇଛନ୍ତି।

ବୁମରା ଓ ସଞ୍ଜନା ନିଜ ପୁଅଙ୍କ ନାମ ଅଙ୍ଗଦ ଯଶପ୍ରୀତ ବୁମରା ରଖିଛନ୍ତି। ବୁମରା ଏହି ଫଟୋ ସେୟାର କରି ଲେଖିଛନ୍ତି ଆମର ଛୋଟ ପରିବାର ଟିକେ ବଡ଼ ହୋଇଗଲା। ଆମେ ବହୁତ ଖୁସି, ସକାଳେ ଆମେ ନିଜ ପରିବାରରେ ପୁଅର ସ୍ଵାଗତ କରିଛୁ। ଅଙ୍ଗଦ ଯଶପ୍ରୀତ ବୁମରା। ଆମେ ବହୁତ-ବହୁତ ଖୁସି।

ସୂଚନାଯୋଗ୍ୟ, ଏସିଆ କପରେ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ବର୍ଷା କାରଣରୁ ରଦ୍ଦ ହୋଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୪୮.୫ ବଲରେ ୨୬୬ ରନରେ ଅଲଆଉଟ୍ ହୋଇଥିଲା। କିନ୍ତୁ ବର୍ଷା ଯୋଗୁଁ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇ ପାରି ନ ଥିଲା। ଫଳରେ ଏସିଆ କପରେ ଯଶପ୍ରୀତ ବୁମରାଙ୍କୁ ବୋଲିଂ କରିବାର ସୁଯୋଗ ମିଳି ନ ଥିଲା। ଆହତ ଜନିତ ସମସ୍ୟା କାରଣରୁ ବୁମରା ବର୍ଷେ ପରେ ଆୟରଲାଣ୍ଡ ଗସ୍ତରେ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏସିଆକପରେ ସେ ଭାରତୀୟ ଦ୍ରୁତ ବୋଲରଙ୍କ ନେତୃତ୍ଵ ନେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ