Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା, 04/09, ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅଧିକାଂଶ ହିତାଧିକାରୀ ସ୍ପଷ୍ଟ ରୂପେ ଜାଣି ପାରୁନଥିବା ଅନୁମାନ କରିଥିଲେ I ଏଣୁ ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତ କରିବା ପାଇଁ ବ୍ଳକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ I 5T ସଚିବଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଗ୍ରାମପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ବିଶେଷ କରି ମୋ ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପିଏମ୍ ଫସଲ ବୀମା ଯୋଜନା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ ଯୋଜନା ଏବଂ ଆର୍.ଡବ୍ଲୁ.ଏସ୍.ଏସ୍ ସମ୍ପର୍କୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା I ଧୁମୁଚାଇ ପଞ୍ଚାୟତରେ ଅନୁଷ୍ଠିତ କାଯ୍ୟକ୍ରମରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ ତହସିଲଦାର୍ ମନୋଜ ପ୍ରଭାକର କୁଜୁର୍ , ସରପଞ୍ଚ ପ୍ରତିନିଧି , ବିପିଏମ ପ୍ରିୟଙ୍କା ପ୍ରଧାନ ଓ ବିପିସି ପ୍ରସନ୍ତା ନାୟକ ଜନପ୍ରତିନିଧି ତଥା କର୍ମଚାରୀ ମାନଙ୍କ ତତ୍ତ୍ୱାବଧାନରେ ବ୍ଳକ୍ ର ସମସ୍ତ ପଂଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ