Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ର ବିଭିନ୍ନ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ

ଲକ୍ଷ୍ମୀପୂର ର ବିଭିନ୍ନ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ
ଲକ୍ଷ୍ମୀପୂର ୦୫/୦୯ ..ଲକ୍ଷ୍ମୀପୁର ର ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଥିବା ବେଳେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ, ଧୂପ ଦୀପ ପ୍ରଜ୍ବଳନ କରି ପୂଜା ସମ୍ପନ୍ନ କରି ଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ର ଇନ୍ଦ୍ରଜିତ୍ ସାହୁ,ଦୀନବନ୍ଧୁ ସାହୁ, ବଳଭଦ୍ର ଖରା,ମାଧବ କର୍କରା, ଜୟକୃଷ୍ଣ ସାହୁ, ଭି ନାଗା ରାଜୁ, ଡ଼ ମହାଦେବ ଶତପଥୀ,ଫକିର ମୋହନ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପୁଜା ପାଇ ଆଶୀର୍ବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ଅନୁଷ୍ଠିତ ବତୃକ୍ତା,ରଚନା,ସଙ୍ଗୀତ,ନୃତ୍ୟ,ଶ୍ଳୋକ ପାଠ, ଯୋଗାସନ ଓ କ୍ୱିଜ୍ ପ୍ରତିଯୋଗିତା ରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରାତନ ଛାତ୍ର ଦୀନବନ୍ଧୁ ସାହୁ ପୁରସ୍କୃତ କରିବା ସହ ଅତିଥି ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।  ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ସମସ୍ତ କାର୍ଯ୍ୟ ରେ ସାହାଯ୍ୟ କରିଥିଲେ। ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁପି ସ୍କୁଲ, ସିଦ୍ଧେଶ୍ବରୀ ପବ୍ଲିକ ସ୍କୁଲ ସମେତ ବିଭିନ୍ନ ସରକାରୀ ସ୍କୁଲ ରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି। ଶିଶୁମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ  ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପି. ଲକ୍ଷ୍ମୀ ଦେବୀ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟର ଉପସଭାପତି ଶ୍ରୀମତୀ ମୌତୁସି ପ୍ରଧାନ ଓ ଯୁଗ୍ମ ସମ୍ପାଦକ ଶ୍ରୀ ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଅତିଥିଙ୍କ ପରିଚୟ ଶ୍ରୀମାନ ଗୋପୀନାଥ ମହାପାତ୍ର, ଉଦ୍ଦେଶ୍ୟ ଜ୍ଞାପନ ଶ୍ରୀମତୀ ଅନୁପମା ତୁରୁକ୍ ଓ ଧନ୍ୟବାଦ ଜ୍ଞାପନ ଶ୍ରୀମତୀ ଆରତି ପ୍ରିୟଦର୍ଶିନୀ ସାହୁ କରିଥଲେ । ସମସ୍ତ ଶିଶୁ ଭାଇଭଉଣୀ ଅଥିତି,ଗୁରୁଜୀ ଓ ଗୁରୁମାଙ୍କ ପୂଜନ କରିଥିଲେ ।ସମସ୍ତ ଗୁରୁଜୀ, ଗୁରୁମା ଓ ମାଉସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ଛାତ୍ର ଛାତ୍ରୀ ମାନେ ନିଜ ନିଜ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା…ଆଗ ଭଳି ଛାତ୍ର ଛାତ୍ରୀ ଯେଉଁ ପରି ଟିଣ ର ନଡ଼ିଆ ଡବା ଟିଏ ଧରି ଘର ଘର ବୁଲି ଗୁରୁ ଦିବସ ପାଳନ କର, ଗୁରୁ ପାଣ୍ଠି କୁ ଦାନ କର ବୋଲି ବୁଲୁ ଥିଲେ,,  ଓ ଯେଉଁ ସୌମ୍ୟକ ଅର୍ଥ ରାଶି ଆସୁଥିଲା ତାହା ଶିକ୍ଷକ ପାଣ୍ଠି ଉଦେଶ୍ୟ ରେ ଯାଉଥିଲା ସେହି ପରି ଦୃଶ୍ୟ ଦେଖିବାକୁ ମିଳୁନଥିବା ବେଳେ ଶିକ୍ଷକ ପାଣ୍ଠି କୁ ମଧ୍ୟ ଦାନ ଅର୍ଥ ପହଞ୍ଚି ପାରୁନଥିବା କିଛି ବ୍ୟକ୍ତି ଙ୍କ ଠାରୁ ଶୁଣିବାକୁ ମିଳିଥିଲା…..

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ