Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସୋସିଏସନ ଅଫ୍ କମନ ୱେଲ୍ଥ ୟୁନିଭରସିଟି (ୟୁ କେ) ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚୁକ୍ତି ପତ୍ର ସ୍ବାକ୍ଷରିତ

ଗୋପାଳପୁର ୬/୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଆସୋସିଏସନ ଅଫ୍ କମନ ୱେଲ୍ଥ ୟୁନିଭରସିଟିସ୍ ,ଲଣ୍ଡନ (ୟୁ କେ) ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତି ପତ୍ର ସ୍ବାକ୍ଷରିତ କରାଯାଇଥିଲା। ଏଥି ଦ୍ଵାରା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମେରାଇନ ବାୟୋଲୋଜି ଓ ଓସିନୋଗ୍ରlଫି ପାଠ୍ୟକ୍ରମ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ସାମୁଦ୍ରିକ ଦେଶ ସମୁହ ମେଧା ବୃତ୍ତି ପାଇବେ ଓ ବିଦେଶରେ ଅଧ୍ୟୟନ ଓ ଗବେଷଣା କରି ପାରିବେ। ଏହି ଚୁକ୍ତି ସ୍ବାକ୍ଷରିତ ବେଳେ ଅନଲାଇନ୍ ରେ କାର୍ଯ୍ୟକ୍ରମ ଅଧିକାରୀ ରlଖେଲ ଅର୍ଣୋଲ୍ଡ,ନିର୍ଦ୍ଦେଶକ ଛାତ୍ର ବୃତ୍ତି ଅlନାବେଲ ବାଉଡ, ଦକ୍ଷିଣ ପୂର୍ବ ଏସିଆ ମହାଦେଶର ପ୍ରତିନିଧି ଆଦିତ୍ୟ ମlଲକାନି ରହିଥିବା ବେଳେ ବିଶ୍ଵବିଦ୍ୟାଳୟ ରେଏସିଆ ମହାଦେଶର ପ୍ରତିନିଧି ଇକିତା ପୋଖରାନା ଉପସ୍ଥିତ ଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ,କୂଳ ସଚିବ ସଚ୍ଚିଦାନନ୍ଦ ନାୟକ, ଗବେଷଣା ବିକାଶ କୋଷ ର ନିର୍ଦ୍ଦେଶକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ, ଆଇକ୍ୟୁଏସି ର ଉପ ନିର୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ, ସେଣ୍ଟର୍ ଅଫ୍ ଏକସିଲେନ୍ସି ର ସଂଯୋଜକ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ, ସାମୁଦ୍ରିକ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ତମୋଘ୍ନ ଆଚାର୍ଯ୍ୟ, ଉନ୍ନୟନ ଅଧିକାରୀ ଡ଼ଃ ସାରଦା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories