Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ସୁନାରୀସିକୁଆଁ ଜି,ଆରଏସ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୂଆଁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ) ଓ ପଞ୍ଚାୟତର ପିଅନ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ଏକ ଜମି ଉନ୍ନତି କରଣ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ଚଢାଉ କରି ନଗଦ ୧୦ ହଜାର ଟଙ୍କା ଜବତ କରିବା ସହ ଉଭୟ ଜିଆରଏସ ଏବଂ ପିଅନକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସୁନାରୀସିକୁଆଁ ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜମି ଉନ୍ନତିକରଣ କାର୍ଯ୍ୟ ପାଇଁ ଜିଆରଏସ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ପୂର୍ବ ଯୋଜନା ମୁତାବକ ନାଏବ ସରପଞ୍ଚଙ୍କ ସ୍ଵାମୀ ମନୋଜ ମାଝି ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ବିଭାଗ ଚଢାଉ କରି ଲାଞ୍ଚ ଟଙ୍କା ସହ ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ ପିଅନ କମଳାକାନ୍ତ ବୈଠାରୁଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି। ଆଜିର ଚଢ଼ାଉରେ ଜୟପୁର ଭିଜିଲାନ୍ସ ଟିମ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ