Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ଘେରିଲେ ମିଶନ ଶକ୍ତି ସଂଗଠନ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ରାଜ୍ୟ ସରକାର ମିଶନ ଶକ୍ତି ସଂଗଠନ ମହିଳା ମାନଙ୍କ ପାଇଁ ଏକ ମିଶନଶକ୍ତି କ୍ୟାଫେ ନିର୍ମାଣ କରାଯାଇଛି । ଯାହାକି ଗତ ସେପ୍ଟେମ୍ବର 2 ତାରିଖରେ ଓଡିଶା ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦନ କରି ସୁଭ ଉଦଘାଟନ କରିଥିଲେ । ଏହି କାଫେ କୁ ଖଡ଼ିଆଳ ବ୍ଳକ ମହିଳା ମିଶନ ଶକ୍ତି ସଂଗଠନ କୁ ଚଳାଇବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ଖଡ଼ିଆଳ ଏନଏସି ପରିସରରେ କ୍ୟାଫେ ତିଆରି ହୋଇଥିବାରୁ ଏନଏସି ମହିଳା ମିଶନ ଶକ୍ତି ସଂଗଠନ କୁ ଦାୟିତ୍ୱ ହସ୍ତାନ୍ତର କରିବା ଦାବିରେ ଖଡ଼ିଆଳ ଏନଏସିର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ଖଡ଼ିଆଳ ବିଡିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଖଡ଼ିଆଳ ବିଡିଓ ବିରସେନ ବେହେରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଳକ ପ୍ରଶାସନ ଯଦି ଏଥିପ୍ରତି ଅତିଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରି ଅଖ ଚଖ ବନ୍ଦ କରିଵା ସହ ମିଶନଶକ୍ତି କ୍ୟାଫେ କୁ ତାଲା ବନ୍ଦ କରିବୁ ବୋଲି ଚେତାବନୀ ଦେଇଛନ୍ତି । ପରେ ବିଡ଼ିଓ ଶ୍ରୀ ବେହେରା ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ସେମାନେ ଯାହା ନିଷ୍ପତି ନେବେ ମୁଁ ଆପଣମାନଙ୍କୁ ଅବଗତ କେରଇବି ବୋଳି ସନ୍ତାନ ଦେଇଥିଲେ l ଉକ୍ତ ରାଲି ସମୟ ଏନଏସି ମହିଳା ଶକ୍ତି ମିଶନ ସଂଗଠନ ର ସଭାପତି ତୃପ୍ତି ରାଣୀ ସିଂ ଲାଲ ,ସମ୍ପାଦିକା ମାନିନୀ ଦୁବେ ,ରାଜ ଦୁଲାଳି ଭୋଇ, ଶାନ୍ତନୁ ଵାଲା ବେହେରା, ସ୍ମିତା ରାଣୀ ବେହେରା, କନକ ଲତା ଦାଶ, ଗୀତା ପଣ୍ଡା, ଏନଏସି ଭାଇସ ଚେରମେନ ଶକୁନ୍ତଳା ରାଉତ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ