Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ପଦ୍ମଶାଳି ସଂଘର ବାର୍ଷିକ ଉତ୍ସବ। ଯୋଗଦେଲେ ଆନ୍ଧ୍ରପ୍ରଦେଶ ସାଂସଦ।

ଗୋପାଳପୁର ୮/୯
ଗୋପାଳପୁର ନିକଟସ୍ଥ କରାପଲ୍ଲୀ ଠାରେ ଓଡିଶା ପଦ୍ମଶାଳୀ ସଂଘର ବାର୍ଷିକ ଉତ୍ସବ ଏମ. ରାମହରି ପାତ୍ର ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ରାୟବାଲସା ସାଂସଦ ଡ଼ ସଞିବ କୁମାର ଯୋଗଦେଇ ଓଡ଼ିଶାରେ ଥିବା ଓଡିଶା ପଦ୍ମଶାଳୀ ର ସଦସ୍ୟ ମାନେ ଏକଜୁଟ ହେବାକୁ ଆହ୍ବାନ ଦେବା ସହ ଆଗାମୀ ଦିନରେ ଭୁବନେଶ୍ୱର କିମ୍ବା ପୁରୀରେ ଏକ ମହାସଭା ଆୟୋଜନ କରିବାକୁ ମତପୋଷଣ କରିଥିଲେ।ଆଜି ସମାଜର ଅନେକ ପରିବାର ନିଜର କୌଳିକ ବୃତ୍ତି ଛାଡି ଅନ୍ୟ ବ୍ୟବସାୟ କରୁଥିଲେ ମଧ୍ୟ ନିଜ କୂଳର ଆଦର୍ଶ କୁ ବଞ୍ଚାଇ ରଖିବାକୁ କହିଥିଲେ।ଓଡ଼ିଶା ସାଲିଆ ସଂଘର ସଭାପତି ଚନ୍ଦ୍ର ଶେଖର ଯୋଗ ଦେଇ ପୁରୀ ରେ ପଦ୍ମସାଲି ଭବନ କରିବାକୁ ଅନୁରୋଧ କରିଥିଲେ।ତାହା ସହ କରlପଲ୍ଲି ଠାରେ ଘରଇଷ୍ଟ ମାର୍କେଣ୍ଡେୟl ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ତ ଙ୍କ ସହଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ହେଣ୍ଡଲୁମ ବୋର୍ଡ ସଦସ୍ୟ ତଥା ରାଜ୍ୟ ସଭାପତି ଜେ ଶ୍ରୀନିବାସ ,ଟି ଭେଙ୍କଟସୁରୁଲୁ, ଆନ୍ଧ୍ର ପ୍ରଦେଶ ସଭାପତି ଏ ବସନ୍ତ କୁମାର, ଉପସଭାପତି ଜି ରାମୁ,ବଗଜୟାନଗର ସଭାପତି ଏସ ପ୍ରସାଦ ,କେ ଚିରଞ୍ଜିବୀ,ଏ ଆପଲ ରାଜୁ ପ୍ରମୁଖ ମଞ୍ଚାସିନ ରହି ସମାଜ ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ। ଜ୍ୟୋତି ପାତ୍ର ସଭା ପରିଚାଳନା କରିଥିବା ସହ ଶାଳିଆ ସମାଜର ଉପଦେଷ୍ଟା ତଥା ସ୍ବର୍ଗତ ଏମ ମୃତ୍ୟୁଞ୍ଜୟ ପାତ୍ର ଙ୍କ ସ୍ମୃତି ଚାରଣ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ‌ ପୁରୁଷ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories