Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ବୋଡିଆ ରେ ଫସିଥିବା ଦିନବନ୍ଧୁ ଙ୍କ ଘର‌ବାହୁଡା ପାଇଁ ବାଟ ଫିଟିଲା।ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ବଢାଇଲା ସହାୟତାର ହାତ।ଶନିବାର ପହଞ୍ଚିବେ ଭାରତ।

ଗୋପାଳପୁର,୦୮/୦୯
କମ୍ବୋଡିଆ ରେ ୨୫୦୦ ଶହ ଡଲାର ପାଇଁ ବନ୍ଦୀ ଭାବେ ରହିଥିବା ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ବନାଥ ପୁର ର ଦିନବନ୍ଧୁ ସାହୁ ଙ୍କ ଘରବାହୁଡା ପାଇଁ ବାଟ ଫିଟିଥିବା ବେଳେ ଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।ଏଥି ପାଇଁ ଆମେରିକା ରେ ଓଡ଼ିଆଙ୍କ ପାଇଁ କାମ କରୁଥିବା ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଦିନବନ୍ଧୁ ପାଇଁ କମ୍ବୋଡିଆ ରୁ କଲୋକତା ଫେରିବା ପାଇଁ ବିମାନ ଟିକଟ କରିଥିବା ସୂଚନା ମିଳିଛି। କିନ୍ତୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପରି କୌଣସି ତପ୍ତରତା ଦେଖାଇ ନଥିବା ଜଣାପଡ଼ିଛି। ବିଭିନ୍ନ ଗଣ ମାଧ୍ୟମରେ ଦିନବନ୍ଧୁ ଙ୍କ ବିଷୟରେ ଖବର ପ୍ରକାଶିତ ପରେ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ବର୍ତ୍ତମାନ କାନାଡାର ଟେରେଣ୍ଟ ରେ ରହୁଥିବା ଆଇ ଟି ପ୍ରୋଫେସନାଲ ସଞ୍ଜୟ ଦଳାଇ ଙ୍କ ପକ୍ଷରୁ ଦିନବନ୍ଧୁ ଙ୍କ ସହ ଯୋଗାଯୋଗ କରାଯାଇ ସମସ୍ତ ବିଷୟ ବୁଝିବା ପରେ ଆଜି କମ୍ବୋଡିଆ ରୁ କଲୋକତା ଫେରିବା ପାଇଁ ବିମାନ ଟିକଟ ଦିନବନ୍ଧୁ ଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ବନାଥ ପୁର ର ଦିନବନ୍ଧୁ ସାହୁ ଭିଏତନାମାରେ କମ୍ପ୍ୟୁଟର ଅପରଟେର ଭାବେ କାର୍ଯ୍ୟ କରିବା ନିମନ୍ତେ ଗୁଜରାଟ ର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ ମାସିକ ୯୦୦ ଡଲାର ରେ କାମ କରାଇ ଦେବା ପାଇଁ ଦିନବନ୍ଧୁ ଠାରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ଭିସା, ପାସପୋର୍ଟ ନେଇ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଫ୍ଲାଇଟ ଯୋଗେ ତାଙ୍କୁ ଗତ ଜୁଲାଇ ୨୫ ତାରିଖରେ ପ୍ରଥମେ ଭିଏତନାମ ପଠାଇ ଯାଇଥିଲା। ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ,କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ଏବଂ ସେ ଭାରତ ଫେରିଯିବେ ବୋଲି କହିବା ପରେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିବା ଦିନବନ୍ଧୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମ ରେ ପ୍ରକାଶ କରିଥିଲେ। ସେଠାକାର କମ୍ପାନୀର ଏଜେଣ୍ଟ ୨୫ଶହ ଡଲାର ତାଙ୍କୁ ଦେଲେ ହିଁ ତାଙ୍କୁ ଘରକୁ ଫେରିବାକୁ ଦେବେ ବୋଲି କହୁଥିବା ଦିନବନ୍ଧୁ କହିଥିଲେ ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ତାଙ୍କୁ ଖାଇବା ଦେବା ବନ୍ଦ କରି ଦେବା ସହ ସେଠାକାର ଏକ ହୋଟେଲରେ ବନ୍ଦୀ ଭାବେ ରଖିଥିବା କହିଥିଲେ। ତାଙ୍କୁ ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଥିଲେ। ଏହା ମଧ୍ୟରେ ଦିନବନ୍ଧୁ ଙ୍କ ପରିବାର ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଚିଠି ମାଧ୍ୟମରେ ସମସ୍ତ ବିଷୟ ଅବଗତ କରିଥିବା ବେଳେ ଆଜି ଶ୍ରୀ ପ୍ରଧାନ ଙ୍କ ପକ୍ଷରୁ ଦିନବନ୍ଧୁ ଙ୍କୁ ମୁକାଳାଇବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଙ୍କୁ ଚିଠି ଲେଖି ଥିଲେ। କିନ୍ତୁ ଏହା ପୂର୍ବରୁ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜଣେ ସମାଜସେବୀ ଙ୍କୁ ଦିନବନ୍ଧୁ ଙ୍କ ବିଷୟରେ ଖବର ଦେବା ସହ ସେଠାକାର ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ୍ ର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ତୁରନ୍ତ ଦିନବନ୍ଧୁ ଙ୍କୁ ଘରକୁ ଫେରିବା ନେଇ ବ୍ୟବସ୍ଥା କରିବାକୁ ତାଗିଦ୍ କରିଥିଲେ। ଯାହାଫଳରେ ୭ ତାରିଖ ଦିନ କମ୍ବୋଡିଆ ର ଜୈନିକ ଏଜେଣ୍ଟ ଦିନବନ୍ଧୁ ରହୁଥିବା ହୋଟେଲରେ ପହଞ୍ଚି ୧୫୦୦ ଶହ ଡଲାର ଦେବା ସହ ଦିନବନ୍ଧୁ ଙ୍କ ପାଇଁ ବିମାନ ଟିକଟ ପ୍ରଦାନ କରିଥିଲେ। କିନ୍ତୁ ଦିନବନ୍ଧୁ ଫୋରମ୍ ପେଙ୍ଗ ବିମାନବନ୍ଦର ରେ ପହଞ୍ଚିବା ରେ ବିଳମ୍ବ ହେବାରୁ ୭ ତାରିଖରେ ବିମାନ ବନ୍ଦର ବାହାରେ ରହିବାକୁ ପଡ଼ିଥିଲା।ଏହା ପରେ ଆଉ ଏଜେଣ୍ଟ ପକ୍ଷରୁ କୌଣସି ବ୍ୟବସ୍ଥା ନହେବାରୁ ମନଦୁଃଖ ର ରହିଥିଲେ।ଏହି ସମୟରେ ଆଜି ସଞ୍ଜୟ ଙ୍କ ପକ୍ଷରୁ ଦିନବନ୍ଧୁ ଙ୍କ ସହ କଥାବାର୍ତ୍ତା ହୋଇ ତୁରନ୍ତ ତାଙ୍କ ନିମନ୍ତେ ବିମାନ ଟିକଟ କରିବା ବ୍ୟବସ୍ଥା କରିଥିଲେ। ଅନ୍ୟ ପଟେ ସଞ୍ଜୟ ଙ୍କ ପକ୍ଷରୁ ଘଟଣା ଜଣା ପଡ଼ିବା ପରେ ରାଜ୍ୟ ସରକାର ସମେତ କେନ୍ଦ୍ର ସରକାର ଏବଂ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ସମେତ ଗୋପାଳପୁର ବିଧାୟକ ଙ୍କୁ ଇମେଲ କରି ସହାୟତା କରିବାକୁ ନିବେଦନ କରିଥିଲେ। କିନ୍ତୁ କୌଣସି ସ୍ଥାନରୁ କୌଣସି ପ୍ରତି ଉତ୍ତର ନମିଳିବାରୁ ତାଙ୍କ ପକ୍ଷରୁ ବିମାନ ଟିକଟ ର‌ ବ୍ୟବସ୍ଥା କରାଯାଇଥିଲା ବୋଲି ମତପୋଷଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories