Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମ୍ବାଦିକଙ୍କ ପିତୃ ବିୟୋଗ,

ବେଲଗୁଣ୍ଠା, 09/09, ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଜଗନ୍ନାଥ ନାୟକଙ୍କ ପିତା କୈଳାସ ନାୟକ (52) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I କୈଳାସ ଆଜି ସକାଳେ ଅସୁସ୍ଥ ଅନୁଭବ କରିବା ସହିତ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I କୈଳାସ ଗ୍ରାମରେ ଜଣେ କଠିନ ପରିଶ୍ରମ କରୁ୍ଥିବା କୃଷକ ଭାବରେ ବେଶ୍ ପରିଚିତ ଥିଲେ I ସେ ଜଣେ ପରୋପକାରୀ ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଗ୍ରାମବାସୀଙ୍କ ପ୍ରିୟପାତ୍ର ଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ, ସମ୍ପାଦକ ଅଶ୍ୱିନୀ ମହାନ୍ତି, କୋସାଧକ୍ଷ ବିଭୁପାଦ ଜେନା, ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା,ରାଜେଶ ପାତ୍ର, ପଞ୍ଚାନନ ସାହୁ,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ନାୟକ, ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ, କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି, ଯୁବନେତା ଅମୀର୍ ଭୂୟାଁ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ସ୍ଵର୍ଗତ କୈଳାସ ମର ଶରୀରରୁ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି I
କୈଳାସ ଙ୍କ ମୃତୁରେ ଅଂଚଳରେ ଶୋକର ସାୟା ଖେଳିଯାଇଛି ।