Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ଅନୁଷ୍ଠାନ ରେ ନବIଗତଙ୍କ ପାଇଁ ଅନୁଷ୍ଠିତ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଉଦଯାପିତ।

ଗୋପାଳପୁର,୦୯/୦୯ ପାଲୁରହିଲ ଠାରେ ଥିବା ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ କଲେଜ ପରିସରରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ଲାଗି ଏକ ଅନୁଷ୍ଠିତ ଦୁଇ ଦିନିଆ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଆଜିର ଅନ୍ତିମ ଦିନରେ ବଇସଇଏ, ବିଏସସି ଏବଂ ଏସ ସି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I ଆୟୋଜିତ କାର୍ଯ୍ୟକ୍ରମରେ ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ବିଷ୍ଣୁଙ୍କର ନାୟକ, ଆଡମିନ ମୁଖ୍ୟ ସୟଦ ସୁଲେମାନ ଅଲି, ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ (ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ), ଡ଼ ବ୍ରଜ କିଶୋର ମିଶ୍ର (କମ୍ପୁଟର ବିଭାଗ ମୁଖ୍ୟ), ଡ଼ ଭାସ୍କର ଭୋଳ (ଗଣିତ ବିଭାଗ ମୁଖ୍ୟ), ଡ଼ ଦୁର୍ୟୋଧନ ସାହୁ (ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ),ଓ ବିଜ୍ଞାନ ବିଭାଗ ର ସଂଯୋଜକ ପ୍ରଫେସର ସୁମନ୍ତ ପଟ୍ଟନାୟକ, କମ୍ପୁଟର ବିଭାଗ ସଂଯୋଜକ ପ୍ରଫେସର ରାଜ ବଳିୟାରସିଂ ଅନ୍ୟତମ ଅତିଥି ରୂପେ ମଞ୍ଚାସୀନ ଥିଲେ। ଉକ୍ତ ସଭାକାର୍ଯ୍ୟକୁ ଡ.ଆକାଂକ୍ଷା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକ ପ୍ରଫେସର ସୁମନ୍ତ ପଟ୍ଟନାୟକ ପରୀକ୍ଷା ସମନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ହଷ୍ଟେଲ ସୁପରଟେଣ୍ଡେଣ୍ଟ ଡ.ସସ୍ମିତା ପାଢ଼ୀ ହଷ୍ଟେଲ ସମ୍ବନ୍ଧୀୟ ବିଭିନ୍ନ ବିବରଣୀ ଉଲ୍ଲେଖ କରି ସମସ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ କହିଥିବା ବେଳେ, ନିଯୁକ୍ତି ଓ ଦକ୍ଷତା ମୁଖ୍ୟ ଜଗନ ମହାପାତ୍ର ନିଯୁକ୍ତି ଦକ୍ଷତା ପ୍ରଦାନ ଉପରେ ବିବରଣୀ ଉଲ୍ଲେଖ କରିଥିଲେ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ନାୟକ , ନିଷ୍ଟ୍ କଲେଜରେ ବିଭିନ୍ନ ଦିନରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଅନୁଷ୍ଠାନର ଉଚ୍ଚକୋଟୀର ଶିକ୍ଷା ସହ ମୂଲ୍ୟବୋଧ ଓ ନିଜ ଭବିଷ୍ୟତ ଗଠନ ଉପରେ ଉପଦେଶ ଦେଇଥିଲେ । ଅନୁଷ୍ଠାନର ଆଡମିନ ମୁଖ୍ୟ ମତ ପ୍ରକାଶ କରିଛନ୍ତି ଯେ ଛାତ୍ରଛାତ୍ରୀ ମାନେ ଯେତେ ଆଶା ଓ ବିଶ୍ବାସ ନେଇ ଏହି ଅନୁଷ୍ଠାନକୁ ଶିକ୍ଷା ଲାଭ ପାଇଁ ଆସନ୍ତି ତାଠାରୁ ଅଧିକ ଏହିଠାରେ ସେମାନେ ଲାଭ କରି ନିଜ ଉଚ୍ଚ ଭବିଷ୍ୟତ ଗଠନ କରିବେ । ଏହାସହ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ପ୍ରତିଦ୍ବନ୍ଦିତା ମୂଳକ ପରିସ୍ଥିତିକୁ ସମ୍ମୁଖୀନ କରିବା ସହ ଯୁଗୋପଯୋଗୀ ଶିକ୍ଷାଦାନର ଢାଞ୍ଚା ସାଂପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଯାହାର ଫଳ ସ୍ବରୂପ ସେମାନେ ଦେଶ ଓ ବିଦେଶରେ ବିଭିନ୍ନ ମର୍ଯ୍ୟାଦା ଜନକ ପଦ ପଦବିରେ ଅବସ୍ଥାପିତ ହୋଇ ପାରିଥିବା ମତପୋଷଣ କରିଥିଲେ । ସମସ୍ତ କର୍ମକର୍ତା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଡ଼. ଏମ ରାଜେନ୍ଦ୍ର କୁମାର, ଡ଼ ଅମିତ ପଟନାୟକ, ଡ଼ ମାନବେନ୍ଦ୍ର ପାତ୍ର, ଡ଼ ରତିକାନ୍ତ ନାୟକ, ଡ଼. ସୁବ୍ରତ କୁମାର ଭୂୟାଁ, ଡ଼ ପ୍ରୀତି ରଞ୍ଜନ ସାହୁ, ଡ଼ ସଚ୍ଚିଦାନନ୍ଦ ପ୍ରସାଦ, ଡ଼ ଆଶିଷ କୁମାର ମହାପାତ୍ର, ପ୍ର ଦୁର୍ଗାମାଧବ ପାଢ଼ୀ, ପ୍ରଫେସର ଶ୍ଵେତାଞ୍ଜଳୀ ମହାରଣା, ଡ଼. ଅମରନାଥ ପାଢ଼ୀ, ଡ଼. ପୁଷ୍ପାଞ୍ଜଳି ଜେନା, ଡ଼ ଲୋପାମୁଦ୍ରା ଦାସ, ଡ଼ ସଞ୍ଜୟ କୁମାର ସାହୁ, ପ୍ର ମନୀଷା ପାତ୍ର, ପ୍ରଫେସର ଶ୍ରୀ କୁମାର, ପ୍ରଫେସର ଦେବାଶିଷ ପାଢ଼ୀ, ପିତାମ୍ବର ସାହୁ, ପ୍ରଭୁଦତ୍ତ ମିଶ୍ର, ଅଭିଷିକ୍ତ ମିଶ୍ର, ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼ ସବ୍ୟସାଚୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories