Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ବୋଡିଆ ରେ ଫସି ରହିଥିବା ଦିନବନ୍ଧୁ ଘରକୁ ଫେରିଲେ।

ଗୋପାଳପୁର,୦୯/୦୯ କମ୍ବୋଡିଆ ରେ ବସି ରହିଥିବା ଦିନବନ୍ଧୁ ସାହୁ ଆଜି ସନ୍ଧ୍ୟାରେ ଘରକୁ ଫେରିଥିବା ବେଳେ ପରିବାର ରେ ଆନନ୍ଦର ଲହରୀ ଖେଳି ଯାଇଛି। ଦିନବନ୍ଧୁ ଶୁକ୍ରବାର ମଧ୍ୟ ରାତିରେ କଲୋକତା ବିମାନ ବନ୍ଦର ରେ‌ ପହଞ୍ଚିବା ପରେ ଆଜି କଲୋକତା ରୁ ଟ୍ରେନ ଯୋଗେ ସନ୍ଧ୍ୟା ୬ ଟା ରେ ବ୍ରହ୍ମପୁର ରେଳ ଷ୍ଟେସନ ରେ ପହଞ୍ଚି ଘରକୁ ଯାଇଥିବା ଦିନବନ୍ଧୁ ପ୍ରକାଶ କରିଛନ୍ତି।ସେ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଞ୍ଜୟ ଦଳାଇ ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ନେଇ ଖବର ପ୍ରକାଶିତ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। ତାଙ୍କ ସ୍ବଦେଶ ଫେରିବା ନିମନ୍ତେ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଯେଉଁ ସହାୟତା ଯୋଗାଇ ଦିଆ ଗଲା ତାହାକୁ ସେ କେବେ ଭି ଭୂଲି ପାରିବେ ନାହିଁ ମତପୋଷଣ କରିଛନ୍ତି।ଏହା ସହ ସେ ପ୍ରକାଶ କରିଛନ୍ତି ଯେ ଗତ ୭ ତାରିଖ ରାତିରେ କମ୍ବୋଡିଆ ର ରାଜଧାନୀ ତଥା ଫୋରମ୍ ପେଙ୍ଗ ବିମାନବନ୍ଦର ରେ ବିମାନ ଧରି ନପାରିବାରୁ , ଘରକୁ ଫେରିବା ନେଇ ସନ୍ଦିହୀନ ହୋଇ ଯାଇଥିଲେ। ପରିସ୍ଥିତି ଏପରି ଥିଲା ଯେ ତାଙ୍କୁ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିବା ପାଇଁ ଟ୍ୟାକ୍ସି ଭଡ଼ା ବାବଦରେ ପ୍ରାୟ‌ ୧୦ ହଜାର ୩୦୦ ଟଙ୍କା ନଥିବା ବେଳେ ପରିବାର ବର୍ଗ ଧାର‌କରି ତାଙ୍କୁ ଟଙ୍କା ପଠାଇବା ପରେ ଟ୍ୟାକ୍ସି ଭଡ଼ା ଦେଇ ଅଖିଆ ପିଆ ରାତିସାରା ବିମାନ ବନ୍ଦର ବାହାରେ ଘରକୁ ଫେରିବା ଆଶା ନେଇ ପଡ଼ି ରହିବାକୁ ପଡ଼ିଲା। ଅନ୍ୟ ପଟେ ସେଠାକାର ଏଜେଣ୍ଟ ଫୋନ ନ ଉଠାଇବାକୁ ମନରେ ଅଧିକ ଭୟ ବଢ଼ି ଯାଇଥିଲା। ଶେଷରେ ୮ ତାରିଖରେ ଗ୍ଲୋବାଲ ଓଡ଼ିଆ ଫାଉଣ୍ଡେସନ ର ସଞ୍ଜୟ ଦଳାଇ ଫୋନ ମାଧ୍ୟମରେ ସମସ୍ତ ବିବରଣୀ ନେବା ସହ ତାଙ୍କୁ ଭାରତ ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରିବେ ବୋଲି କହିବା ପରେ ସେ ସାମାନ୍ୟ୍ ଆଶ୍ବସ୍ତ ଅନୁଭବ କରିଥିଲେ। କିନ୍ତୁ ବିମାନ ଟିକଟ ପାଇବା ପର୍ଯ୍ୟନ୍ତ ତାଙ୍କ ମନରେ ଭୟ ଲାଗି ରହିଥିବା ଦିନବନ୍ଧୁ ମତପୋଷଣ କରିଛନ୍ତି। ସଞ୍ଜୟ ଙ୍କ ଠାରୁ ବିମାନ ଟିକଟ ପାଇବା ପରେ ସେ ଆଶ୍ବସ୍ତ ଅନୁଭବ କରିବା ସହ ରାତିରେ ବିମାନ ଧରି କଲୋକତା ପହଞ୍ଚିବା ସହ ସନ୍ଧ୍ୟା ରେ ସୁରକ୍ଷିତ ଭାବେ ଘରେ ପହଞ୍ଚି ପାରିଲେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories