Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାପୁର ସମୁଦ୍ର ମୁହାଁଣରେ ଭିତମ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ

ଗୋପାଳପୁର ,୦୯/୦୯ ଗୋଳନ୍ଥରା ଥାନା ଅଧୀନ ସୁନାପୁର ବେଳା ଭୂମିକୁ ବୁଲିବାକୁ ଯାଇ ମୁହାଁଣ ଅଞ୍ଚଳରେ ମନ୍ତ୍ରୀଡି ଠାରେ ଥିବା ଭିତମ ଇଞ୍ଜିନିୟରିଂ କଲେଜର ଜଣେ ବିଟେକ ଦ୍ୱତୀୟ ବର୍ଷ ଛାତ୍ର ନିଖୋଜ ହୋଇ ଯାଇଥିବା ଜଣାପଡିଛି l ନିଖୋଜ ଛାତ୍ର ଜଣଙ୍କ ହେଲେ ହିଞ୍ଜିଳି କାଟୁ ଅଞ୍ଚଳର ଶକ୍ତି ପ୍ରସାଦ ମହାରଣା ବୋଲି ସୂଚନା ମିଳିଛି l ପ୍ରାପ୍ତ ସୂଚନା ଅନୁଯାଇ, ଆଜି ଅପରାହ୍ନରେ ଭିତମ କଲେଜର ୭ ଜଣ ଛାତ୍ର ସୁନାପୁର ବେଳାଭୂମି ବୁଲିବା ପାଇଁ ଯାଇଥିଲେ l ସମୁଦ୍ର ମୁହାଁଣରେ ଗାଧୋଉଥିବା ବେଳେ ଶକ୍ତି ପ୍ରସାଦ ହଠାତ ପାଣିରେ ନିଖୋଜ ହୋଇଯାଇଥିଲେ l ସାଥିରେ ଥିବା ସାଙ୍ଗ ଛାତ୍ର ମାନେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ l ଏନେଇ ଛାତ୍ର ମାନେ ସୁନାପୁର ସାମୁଦ୍ରିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଖୋଜା ଖୋଜି ଆରମ୍ଭ କରିଥିଲେ ମଧ୍ୟ ଖବର ଲେଖା ହେବା ସୁଦ୍ଧା କୌଣସି ପତ୍ତା ପାଇ ନଥିବା ଜଣାପଡିଛି। ନିଖୋଜ ଛାତ୍ର ଶକ୍ତି ପ୍ରସାଦ ପ୍ରତିଦିନ ହିଞ୍ଜିଳିକାଟୁ ରୁ କଲେଜ ଯିବା ଆସିବା କରୁଥିବା ବେଳେ ଆଜି କଲେଜ ଆସିନଥିବା କଲେଜ କର୍ତୃପକ୍ଷ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories