Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଜନତା ଦଳର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବିଶାଳ ରକ୍ତଦାନ ଶିବିର ।

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଲବଣ ସତ୍ୟାଗ୍ରହ ହାଇ ସ୍କୁଲ ପରିସରରେ, ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ,ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇ ଅଛି। ଏହିସବୁ କାର୍ଯ୍ୟକ୍ରମ କୁ ରାଜ୍ୟ ଯୁବ ସେବା,ଗୃହ,ଓ କୃଡ଼ାମନ୍ତ୍ରି ତୁଷାରକାନ୍ତି ବେହେରା,ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟଖ ଶ୍ରୀ ସ୍ଵାଧୀନ କୁମାର ନାୟକ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ତତ୍ ପରେ,ମନ୍ତ୍ରୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ , ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଗଣ ମାଧ୍ୟମ ପ୍ରତିନିଧି, ମାନଙ୍କୁ ନେଇ ଅସ୍ତରଙ୍ଗ କାକଟପୁର ମୁଖ୍ୟ ରାସ୍ତା ଠାରୁ ଲବଣ ସତ୍ୟାଗ୍ରହ ହାଇସ୍କୁଲ ପର୍ଯ୍ୟନ୍ତ,ବିଭିନ୍ନ ପ୍ରକାର ଲୁଣା ପ୍ରତିରୋଧକ ଚାରା ରୋପଣ କରା ଜେ ଥିଲା । ଏହି କାର୍ଯ୍ୟକ୍ରମ ସରିଲା ପରେ,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବା ରକ୍ତ ଦାନ ଶିବିର ଅସ୍ତରଙ୍ଗ ବ୍ଲକ ବିଜୁ ଜନତାଦଳ ଓ ଶ୍ରା ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକ ଙ୍କ ମିଳିତ ସହାୟତାରେ ଅନୁଷ୍ଠିତ ହୋଇଥିଲା । ଏହି ମହତ୍ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ସମେତ ୧୪୫ଜଣ ବ୍ୟକ୍ତି ବିଶେଷ ରକ୍ତ ଦାନ କରିଥିବା ବେଳେ,୧୪୫ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । ଏହିସବୁ କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳ ବ୍ଲକ ସଭାପତି କେଦାରନାଥ ବିଶ୍ଵାଳ,ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ ନାୟକ, ଯୁବ ନେତା,ଋତୁରାଜ ରାଉତ,ଜିଲ୍ଲା ପରିଷଦ ସଭ୍ୟ,ସରସ୍ଵତୀ ସ୍ବାଇଁ,ଓ ବନିତା ବେହେରା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତ୍ରିମୟ ଦଳାଇ,ସଂସଦ ପ୍ରତିନିଧି ଭୀମସେନ ସ୍ବାଇଁ, ଏମ ପି,ପ୍ରତିନିଧି ଚମ୍ପକ ବାରିକ,ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ପୁରୀ ଜିଲ୍ଲା ମୁଖ୍ୟ ସୁଭାସିସ ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ବାଇଁ,ସରପଞ୍ଚ କ୍ଷୀରୋଦ କଣ୍ଡି,ଦୀପକ ପରିଡ଼ା,ସମିତି ସଭ୍ୟ,ଆରତୀ କାଣ୍ଡି, ରାମଚନ୍ଦ୍ର ନାୟକ, ପବିତ୍ର ସ୍ବାଇଁ, ଯୋଗେନ୍ଦ୍ର ଲେଙ୍କା,ପ୍ରମୁଖ ଏହି କାର୍ଯ୍ୟକ୍ରମ ପରି ଚାଳନା କରିଥିଲା ବେଳେ,ରାକେଶ ମହାନ୍ତି,ସୁଧାକର ଜେନା,ମାନସ ସ୍ବାଇଁ,ମହେଶ୍ୱର ମୁଦୁଲି,ଜିତେନ୍ଦ୍ର ବସ୍ତିଆ,ଜୟନ୍ତ ସ୍ବାଇଁ,ପ୍ରାଣନାଥ ମଲ୍ଲିକ,ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ,ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୟୋବଧାନ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ