Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ସମ୍ବାଦ ଅମଓଡ଼ିଶାର ଭାଷାଜ୍ଞାନ ପ୍ରତିଯୋଗିତା, ଭାଗନେଲେ 514 ଛାତ୍ରଛାତ୍ରୀ,

ବେଲଗୁଣ୍ଠା- ୧୦/୯-ଆଜି ସମ୍ବାଦ-ଆମ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଭାଷାଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଭବନରେ ଅନୁଷ୍ଠିତ ପରୀକ୍ଷାରେ ବେଲଗୁଣ୍ଠା ବ୍ଳକ ଓ ଏନ.ଏ.ସିର ୫୨ଟି ବିଦ୍ୟାଳୟର ୫୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁନ୍ଦର ହସ୍ତାକ୍ଷରରେ ୨୦୧, ଭାଷାଜ୍ଞାନରେ ୧୧୬ ଓ ଚିତ୍ରାଙ୍କନରେ ୧୯୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ଆଜି ସକାଳ ୧୦ ଟା ରୁ ୧୧ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ ମାନଙ୍କୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା । ଏଥିରେ ଭାଷାଜ୍ଞାନରେ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନର ଦଶମ ଶ୍ରେଣୀ ଛାତ୍ରୀ ସାଇପ୍ରଜ୍ଞା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରତାପ ଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ୍ ପାତ୍ର ଦ୍ୱିତୀୟ ଓ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ଶୁଭସଂଧ୍ୟା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସୁନ୍ଦର ହସ୍ତାକ୍ଷରରେ ବେଲଗୁଣ୍ଠା ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ନେହାଞ୍ଜଳୀ ବେହେରା ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ଭବନର ସପ୍ତମ ଶ୍ରେଣୀ ଛାତ୍ର ରକି ବିଷୋୟୀ ୨ୟ, ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ସୋନାଲି ସେଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଚିତ୍ରାଙ୍କନରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୁଆ ପରଶୁଲୁଣ୍ଡା ର ତୃତୀୟ ଶ୍ରେଣୀ ଛାତ୍ରୀ ଲିଜା ଗୌଡ ପ୍ରଥମ, ବେଲଗୁଣ୍ଠା ପଟେଲ ରୋଡ୍ ପଞ୍ଚମ ଶ୍ରେଣୀ ଛାତ୍ର କେ.ରିସବ୍ ବେହେରା ଦ୍ୱିତୀୟ ଓ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ର ତନ୍ମୟ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟା ଭବନର ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ଭଞ୍ଜନଗର ରୋଟାରୀ କ୍ଳବ୍ ତଥା ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ବିଶିଷ୍ଟ ସମାଜସେବୀ ତଥା ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି.ଦେବୀ ପ୍ରସାଦ ପାତ୍ର, ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସାହୁ,ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସମ୍ବାଦ-ଆମ ଓଡ଼ିଶାର ଲକ୍ଷ୍ୟ ବିଷୟରେ ସେ ଆଲୋକପାତ କରିଥିଲେ । ବିଦ୍ୟା ଭବନର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଧନ୍ୟବାଦ ଦେଇଥିଲେ । ବେଲଗୁଣ୍ଠା ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସଦସ୍ୟ ଶିବରାମ ଚୌଧୁରୀ, ପଞ୍ଚାନନ ସାହୁ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ବାଳକୃଷ୍ଣ ପାତ୍ର, ନାରାୟଣ ପଣ୍ଡା ସୁଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ମୂଲ୍ୟାଙ୍କନରେ ମନୋରଞ୍ଜନ ପାଣିଗ୍ରାହୀ,ସତ୍ୟ ନାରାୟଣ ସିଅ, ଭକ୍ତ ବନ୍ଧୁ ପରିଡା, ଅଶ୍ୱିନୀ କୁମାର ମହାନ୍ତି, ଶିବରାମ ରାଉତ,ପିଙ୍କି ସ୍ୱାଇଁ, ସଂଧ୍ୟା ରାଣୀ ସ୍ୱାଇଁ ପ୍ରମୁଖ ଥିବା ବେଳେ ଅମ୍ବିକା ମିଶ୍ର,ମାମାଲିନ୍ ଡାକୁଆ, ଶିବରାମ ପ୍ରଧାନ, ପ୍ରମୋଦ ସେଠୀ,କୈଳାସ ଚନ୍ଦ୍ର ସେଠୀ, ସୁମିତ୍ରା ରାଉତ, ଆଶାରାଣୀ ନାୟକ,ଅଲିଭା ପତି, ସୌଦାମିନୀ ପାଣିଗ୍ରାହୀ,ପୂଜା ସାମନ୍ତରାୟ, ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଶୋଭାରାଣୀ ବେହେରା, ପ୍ରଭାସିନୀ ପ୍ରଧାନ, ଶିବାନୀ ଗୋଡ଼ ଓ ଆଶିଷ ବାରିକ ପ୍ରମୁଖ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ