ବିଷାକ୍ତ ସାପକାମୁଡ଼ାରେ କଲେଜ ଛାତ୍ର ମୃତ


ବେଲଗୁଣ୍ଠା, 10/09, ବେଲଗୁଣ୍ଠା ଥାନା ପଥରାପୋଲି ଗ୍ରାମର ଲେଟ ପ୍ରମୋଦ ନାୟକଙ୍କ ପୁଅ ରୁଦ୍ର ପ୍ରସାଦ ଓରଫ ଦୀପକ ନାୟକ 16 ,ଗତକାଲି ଶନିବାର ରାତ୍ର 10,30 ରେ ପରିବାରର ସମସ୍ତଙ୍କ ସହ ଦୀପକ ଖାଇସାଇ ସୋଇପଡ଼ିଥିଲେ । ରାତ୍ର 3 ଟାରେ ରୁଦ୍ରର ମା ଓ ଭଉଣୀ ଟଇଲେଟ ଯିବାପାଇଁ ଉଠିବାରୁ ଦୀପକର ମୁଣ୍ଡପାଖରେ ଏକ ଚିତିସାପ ମଳାବାନ୍ଧିସୋଇଥିବାର ଦେଖି ରୁଦ୍ରକୁ ନିଦରୁ ଉଠାଇ ସାପଟିକୁ ଘଉଡାଇବାକୁ ଚେଷ୍ଟା କଲାବେଳେ ସାପଟି ମାଟି ଘରର ଏକ ଗାତରେ ପସିଯାଇଥିଲା । ପରିବାର ଲୋକେ ଗାତରେ ମାଟିଭର୍ତିକରି ସୋଇପଡିଥିଲେ1 । କିଛି ସମୟ ପରେ ଦୀପକ ନିଦରୁ ଉଠି କିଛି ଗୋଟେ କାମୁଡି ଦେଇଥିବା କହିବା ସହ ବାନ୍ତି କରିଥିଲେ । ଦୀପକକୁ ପ୍ରଥମେ ଗ୍ରାମର ଏକ କ୍ୟାଁକ ଡାକ୍ତରଙ୍କୁ ଦେଖାଇବା ପରେ ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିଚାଳୟକୁ ନେଇଥିଲେ । ସେଠାରେ ଚିକିଛlଧିନ ଅବସ୍ଥାରେ ସକାଳ 9,30 ରେ ଡାକ୍ତର ଦୀପକକୁ ମୃତ ଘୋଷଣା କଲେ । ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରି ପ୍ରଧାନଙ୍କ ନିର୍ଦେଶ କ୍ରମେ ଏସ ଆଇ ଅଭ୍ୟୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ 18 /23 ,ରେ ଏକ ଅପମୃତ ମାମଲା ରୁଜୁକରି ଶବକୁ ବେବଛେଡ ପରେ ତାର ସମ୍ପର୍କୀୟଙ୍କ ହସ୍ତାନ୍ତର କରିଥିଲେ । ପ୍ରକାସ ଥାଉକି ଦିପକ ବେଲଗୁଣ୍ଠା କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ । ଦୀପକର ବାପା କୋଭିଡ଼ିରେ ଦୁଇବର୍ଷ ତଳେ ପ୍ରାଣ ହରାଇଥିଲେ । ଦୀପକ ର ପରିବାର ଗରିବ ଶ୍ରମିକ ଶ୍ରେଣୀର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।