Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଙ୍ଗ,ଦିନ ତମାମ ଝିପିଝିପି ବର୍ଷା ।ବୁଧବାର ରେଡ ଓ୍ବାର୍ଣିଙ୍ଗ ଜାରି

ଗୋପାଳପୁର ୧୨/୯ ପୂର୍ବ କେନ୍ଦ୍ରୀୟ ବୋଙ୍ଗପସାଗରର ଗତକାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଉତ୍ତର ବୋଙ୍ଗପସାଗର ଅଂଚଳରେ ସକ୍ରିୟ ରହିଛି l ଏହା ୭.୬କିମି ବ୍ୟାପିଛି l ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବୋଙ୍ଗପସାଗରରେ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଦ୍ର ଉପକୂଳକୁ ଆସିବା ସମ୍ଭାବନା ରହିଛି l ଯାହାରି ଫଳରେ ମୌସୁମୀ ସକ୍ରିୟ ହେଵା ହେତୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ l ଏବଂ କାଳ ବୈଶାଖୀ ରହିବ ବୋଲି ସୂଚନା ମିଳିଛି l ତେଣୁ ଗଞ୍ଜାମ ଜିଲ୍ଲା ପାଇଁ ଆଜି ଓରେଞ୍ଜ ୱାର୍ଣ୍ଣିଙ୍ଗ ରହିଥିବା ବେଳେ ବୁଧବାର ସକାଳ ସାଢ଼େ ୮ ଟା ଠାରୁ ଗୁରୁବାର ସକାଳ ସାଢ଼େ ୮ ଟା ପର୍ଯ୍ୟନ୍ତ ରେଡ ୱାର୍ଣ୍ଣିଙ୍ଗ ଜାରି ରହିଛି l ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ଓରେଞ୍ଜ ୱାର୍ଣ୍ଣିଙ୍ଗ ରହିଥିବାରୁ ଗୋପାଳପୁର ଉପକୂଳ ଅଂଚଳରେ ମଧ୍ୟାହ୍ନ ଠାରୁ ବର୍ଷା ଯାରି ରହିଛି l ତେଣୁ ଅଂଚଳରେ ଲୋକଙ୍କ ଯାତାୟାତ କମ ରହିଥିବା ବେଳେ ବେଳାଭୂମି ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories