Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମି ଜମା ବିବାଦକୁ ନେଇ ସୋଇଥିବା ଅବସ୍ଥାରେ ଭାଇ କୁ ହତ୍ୟା କଲା ଭାଇ

ନାରାୟଣ ପାଟଣା ୧୩।୦୯।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କାପୁଲୋଡା ପଞ୍ଚାୟତ ମାଣିକବାଲସା ଗ୍ରାମରେ ଜଘନ୍ୟ ହତ୍ୟା କାଣ୍ଡ ଘଟି ଯାଇଛି।ଜମି ଜମା ବିବାଦକୁ ନେଇ ଭାଇକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ଏନେଇ ମୃତ ବ୍ୟକ୍ତିଙ୍କ ପରିବାର ତରଫରୁ ବନ୍ଧୁଗାଁ ଥାନାରେ ଲେଖିତ ଅଭିଯୋଗ କରାଯାଇଛି।ଅଭିଯୋଗକୁ ଆଧାର କରି ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି।ଖବର ନେବାରେ ଜଣା ପଡିଛିକି ବଡ଼ ବାପା ଓ ସାନ ବାପା ପୁଅଙ୍କ ମଧ୍ୟରେ ଜମିଜମା ନେଇ ବହୁଦିନ ଧରି ତିକ୍ତତା ଲାଗି ରହିଥିଲା।ରାଗରେ ଜର୍ଜରିତ ସାନ ବାପାର ପୁଅ କୂର୍ମା ହିମରିକା ବଡ ବାପା ପୁଅ ଧର୍ମେୟା ହିମରିକାକୁ ହତ୍ୟା କରିବାକୁ ପଛାଇ ନଥିଲା।ଯାହାକୁ ନେଇ ଏବେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ସୋମବାର ରାତି ୧୨ଟା ବେଳେ ଏହି ଘଟଣା ଟି ଘଟିଥିବା ବେଳେ ମଙ୍ଗଳ ବାର ଦିନ ଜଣା ପଡିବା ସହ ଥାନାରେ ଅଭିଯୋଗ ହୋଇଥିଲା।ରାତି ଅନେକ ହେବାରୁ ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ