Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା

ନାରାୟଣ ପାଟଣା୧୩।୦୯।୨୩ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଯଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେଶିକା ପରଙ୍କୁ ସାହାଯ୍ୟ କରିବାରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଏବେ ତିନିଜଣ ବେସାହାରା ଅନାଥ ଙ୍କ ପାଇଁ ସାହାରା ପାଲଟିଛନ୍ତି।ତିନିଜଣ ଅନାଥଙ୍କ ପାଠ ପଢାରେ ମାସିକ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
କୋରାପୁଟ ଜିଲ୍ଲା ବନ୍ଧୁଗାଁ କେ. ଜି. ବି. ଭି. ବିଦ୍ୟାଳୟ ଠାରେ ଅଧ୍ୟୟନ କରୁଥିବା ଜଣେ ବାପା ମା ଛେଉଣ୍ଡ ଚତୁର୍ଥ ଶ୍ରେଣୀ ଛାତ୍ରୀ ନନ୍ଦିନୀ ଖରା ନିଜ ଆଈଙ୍କ ପାଖରେ ରହି ବଡ କଷ୍ଟରେ ପାଠ ପଢୁଥିବା ଜାଣି ପାରି ମଙ୍ଗଳବାର ଦିନ ଉକ୍ତ ବିଦ୍ୟାଳୟ ରେ ପହଞ୍ଚି ତାର ଦଶମ ଶ୍ରେଣୀ ଯାଏଁ ପାଠ ପଢିବା ନିମନ୍ତେ ମାସିକ ଦୁଇ ହଜାର ଟଙ୍କା ଦେବେ ବୋଲି କହିଥିଲେ।ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଠାରେ ପ୍ରଥମ ମାସର ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ।ସେହି ପରି ଉକ୍ତ ବିଦ୍ୟାଳୟର ଛାତ୍ରୀନିବାସ ରେ ରହି ଅଧ୍ୟୟନ କରୁଥିବା ଦୁଇଜଣ ଅନାଥ ଛାତ୍ରୀ ଗୌରୀ ମାଣ୍ଡିଙ୍ଗ ଓ ଦିସ୍ତି ସିଦାରାପୁଙ୍କୁ ମଧ୍ୟ ମାସିକ ପାଞ୍ଚସହ ଟଙ୍କା ଲେଖାଏଁ ଦଶମ ଶ୍ରେଣୀ ପାଠ ପଢା ଶେଷ ଯାଏଁ ସହଯୋଗ କରିବି ବୋଲି କହି ଦୁହିଁଙ୍କୁ ପ୍ରଥମ ମାସର ୫ ସହ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।ତିନିଜଣ ଛାତ୍ରୀଙ୍କ ବ୍ୟାଙ୍କ୍ ଖାତାରେ ପ୍ରତ୍ୟେକ ମାସ ଏହି ଟଙ୍କା ପଠା ଯିବ ବୋଲି କହିଥିଲେ।ଶ୍ରୀଯୁକ୍ତ କୁଲେଶିକାଙ୍କ
ଏଇଭଳି ପଦକ୍ଷେପକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଇଛି।ପ୍ରଥମ ମାସର ସାହାଯ୍ୟ ଟଙ୍କା ପ୍ରଦାନ ସମୟରେ ଶ୍ରୀଯୁକ୍ତ କୁଲେଶିକାଙ୍କ ସମେତ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା,ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ