Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଞ୍ଜନଗର ଥାନାରେ ନୂତନ ଆଇ,ଆଇ,ସି,ଭାବେ ଯୋଗଦେଲେ ଭଗବାନ ପୂଜାରୀ

ବେଲଗୁଣ୍ଠା, 14/09′ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାର ନୂତନ ଥାନା ଅଧିକାରୀ ଭାବେ ଭଗବାନ ପୁଜାରୀ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଥାନାର ପୁର୍ବତନ ଥାନା ଅଧିକାରୀ ଧିରେଶ କୁମାର ଦାସଙ୍କ ଅନଗୁଳ ଜିଲ୍ଲା କୁ ବଦଳି ହେବା ପରେ ଶ୍ରୀ ପୁଜାରୀ ଏଠାରେ ନୁତନ ଥାନା ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି।ପୁର୍ବରୁ ସେ ଏହି ଥାନାରେ ସବ୍ ଇନସ୍ପେଟର୍ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇବା ସହ ବର୍ତମାନ ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଥାନାରେ କାର୍ଯ୍ୟରତ ଥିଲେ। ଜଣେ ଦାୟିତ୍ୱ ବାନ୍ ଅଧିକାରୀ ଭାବେ ସେ ଖୁବ୍ ପରିଚିତ। ଶ୍ରୀ ପୁଜାରୀଙ୍କ ଦାୟିତ୍ୱ ଗ୍ରହଣ ପରେ ଭଞ୍ଜନଗର ଥାନା ର ସମସ୍ତ କର୍ମଚାରୀ ତାଙ୍କୁ ସ୍ଵାଗତ ଜଣାଇଛନ୍ତି।ସେହିପରି ଗଂଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଭଞ୍ଜନଗର ୟୁ ଯେ ଏ ର ଉପସଭାପତି ଅମରେନ୍ଦ୍ର ପଟନାୟକ, ସାମ୍ବାଦିକ ରାଜେଶ ପଣ୍ଡା, ବିରେନ୍ଦ୍ର ସ୍ଵାଇଁ ଙ୍କ ସମେତ ବହୁ ସାମ୍ବାଦିକ ଓ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଙ୍କ ସମେତ ସହରର ଜନ ପ୍ରତିନିଧି ଓ ବହୁ ବୁଦ୍ଧିଜୀବୀ ଶ୍ରୀ ପୁଜାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ