Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟମ ଦିନରେ ଶିକ୍ଷକ ଙ୍କ ଆନ୍ଦୋଳନ…ଶିକ୍ଷକ ମାନଙ୍କ ଦାବୀ ଯଥାର୍ଥ କହିଲେ ମନମୋହନ..

ଲକ୍ଷ୍ମୀପୁର ୧୫.୧୦ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମୁଖରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ୩ ଦଫା ଦାବିନେଇ ଆନ୍ଦୋଳନ ରେ ବସିଥିବା ବେଳେ ରାଜ୍ୟ ବିଜେପି ଶିକ୍ଷକ ମାନ ଙ୍କ ଦାବୀ ଯଥାର୍ଥ ବୋଲି କହିବା ସହ ଆନ୍ଦୋଳନ ରେ ସାମିଲ ହୋଇଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କୋରାପୁଟ ଗସ୍ତ ରେ ଆସିଥିବା ବେଳେ ସେ ଶିକ୍ଷକ ମାନଙ୍କ ସହ ଆନ୍ଦୋଳନ ରେକିଛି ସମୟ ପାଇଁ ସାମିଲ ହୋଇଥିଲେ। ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଦାବୀ  ୬ସପ୍ତାହ ମଧ୍ୟ ରେ ପୂରଣ ନକଲେ ଆଗକୁ ଆସୁଥିବା ନିର୍ବାଚନ ରେ ବିଜେପି ତାଙ୍କ ନିର୍ବାଚନ ଇସ୍ତାହାର ରେ ରାଜ୍ୟ ରେ ବିଜେପି ସରକାର ଆସିଲେ ସେମାନଙ୍କ ଦାବୀ ପୂରଣ କରାଯିବ ବୋଲି ନିର୍ବାଚନ ଇସ୍ତାହାର ରେ ରଖାଯିବ ବୋଲି ଶ୍ରୀ ସାମଲ କହିଥିଲେ।।ରାଜ୍ୟ ସରକାର ଶିକ୍ଷକ ମାନଙ୍କ ଦାବୀ ନମାନିବା ଏକ ପ୍ରକାର ସାମାଜିକ ଅପରାଧ ବୋଲି କହିବା ସହ ରାଜ୍ୟ ସରକାର ଟାଳ ଟୁଳ ନୀତି ଅବ ଲମ୍ବନ କରୁଛନ୍ତି, କେନ୍ଦ୍ର ସରକାର କେନ୍ଦ୍ରୀୟ ବେତନ ହାରରେ ଦରମା ଦେବା ସକାଶେ ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ରାଜ୍ୟ ସରକାର କାହିଁ କି ପ୍ରଦାନ କରୁନାହାନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ଗତ କାଲି ରାଜ୍ୟ ସରକାର ବିଇଓ ମାନଙ୍କୁ ଅନୁପସ୍ଥିତ ଶିକ୍ଷକ ମାନଙ୍କ ତାଲିକା ରଖିବାକୁ ନିର୍ଦେଶ ଦେବା ସତ୍ୱେ ଆଜି ଅନେକ ସ୍କୁଲ ରେ ତାଲା ପଡିବ ସହ ମଧ୍ୟାହ୍ନଭୋଜନ ଦିଆ ଯାଇଥିବା ରିପୋର୍ଟ ଆସିଥିବା ବିଇଓ କାର୍ଯ୍ୟାଳୟ ରୁ ଜଣା ପଡିଛି। ଲକ୍ଷ୍ମୀପୁର ବ୍ଲକ ରେ ୧୦୩ ସ୍କୁଲ ମଧ୍ୟ ରୁ ୭୨ଟି ସ୍କୁଲ ଖୋଲା ରହିଥିବା ବେଳେ ୩୧ସ୍କୁଲ ରେ ତାଲା ପଡିଥିବା ସୂଚନା ମିଳିଥିବା ବିଇଓ କୈଳାଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।ପଦୋନତି ଶିକ୍ଷକ ଙ୍କ ସହ ପେନସନ ଭୋଗୀ କିଛି ଶିକ୍ଷକ ଆନ୍ଦୋଳନ ରେ ସାମିଲ ହୋଇନଥିବା ବେଳେ ବ୍ଲକ ର ଶତାଧିକ ଶିକ୍ଷକ କିନ୍ତୁ ଆନ୍ଦୋଳନ ରେ ରହିଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ