Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ରୟାଲଟି ରେ ବାଲି ଚାଲାଣ ଅଭିଯୋଗ ରେ  ୩ଟ୍ରାକଟର ଜବତ…

ଲକ୍ଷ୍ମୀପୁର ୧୫.୦୯ ….ବିନା ରୟାଲଟି ରେ ବାଲି ଚାଲାଣ ଅଭିଯୋଗ ରେ  ଲକ୍ଷ୍ମୀପୂର ପୋଲିସ ୩  ଟି ଟ୍ରାକଟର  କୁ ଜବତ କରାଯାଇଥିବା ପୋଲିସ ତରଫରୁ କୁହାଯାଇଛି । ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସୂଚନା ମୁତାବକ ତାଙ୍କ ନିର୍ଦେଶ ଅନୁଯାୟୀ ଲକ୍ଷ୍ମୀପୁର ବ୍ଲକ ର ଓଡ଼ିଆପେଣ୍ଟ ଅଞ୍ଚଳ ରେ ପୋଲିସ ଟିମ ପେଟ୍ରୋଲିଙ୍ଗ କରିବା ସକାଶେ ଯାଇଥିଲେ। ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଧରଡ଼ା ଅଂଚଳ ରୁ ୩ଟି ଟ୍ରାକଟର ବାଲି ବୋଝଇ କରି ଆସୁଥିବା ଜାଣି ଗାଡି ଗୁଡିକ କୁ ଅଟକାଇଥିଲେ, ଟ୍ରାକଟର ଗୁଡିକ ଅଟକାଇ କାଗଜ ପତ୍ର ମାଗିଥିଲେ, କିନ୍ତୁ ରୟାଲିଟି ପେପର କେହି ପ୍ରଦାନ କରି ନଥିଲେ, ରୟାଲଟି ପେପର ନଥିବା କାରଣ ରୁ ଟ୍ରାକଟର ଗୁଡିକ କୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି।ବିନା ରୟାଲଟି ରେ ଯଦି ବାଲି ଚାଲାଣ କରାଯାଉଛି ତାହେଲେ ତହସିଲ ବିଭାଗ କଣ ସତରେ ଜାଣି ପାରୁ ନଥିଲେ କି ବୋଲି ସାଧାରଣ ରେ ଆଲୋଚନା ହେଉ ଥିବା ବେଳେ ନୂତନ ଭାବେ ଆସିଥିବା ଆଇଆଇସି ଙ୍କ ନିର୍ଦେଶ ରେ କିପରି ଧରାଗଲା ବୋଲି ମୁଖ୍ୟ  ବିଷୟ ପାଲଟିଛି….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ