Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରିଚିତ ବ୍ୟକ୍ତି ଙ୍କର ଡାକ୍ତରଖାନା ରେ ମୃତ୍ୟୁ…

ଲକ୍ଷ୍ମୀପୂର ୧୫.୦୯ …ଲକ୍ଷ୍ମୀପୁର ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଆଜି ବସ ଷ୍ଟାଣ୍ଡ ନିକଟସ୍ଥ ଡ୍ରେନ ରେ ପଡ଼ିଯାଇଥିଲେ, ସ୍ଥାନୀୟ କିଛି ଯୁବକ ବ୍ୟକ୍ତି ଜଣଙ୍କୁ ଡ୍ରେନ ରୁ ବାହାର କରି ସଫା ସୁତୁରା କରିବା ପରେ ଯାତ୍ରୀ ବିଶ୍ରାମଗାର ରେ ରଖି ଦେଇଥିଲେ। ଯୁବକ ମାନେ ବ୍ୟକ୍ତି ଜଣକୁ କମ୍ବଳ ପଟି ଇତ୍ୟାଦି ପ୍ରଦାନ କରି ଗୁରୁତ୍ୱର ଅବସ୍ଥା ରେ ଥିବା ଜାଣି ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ସମାଜସେବି ନରେନ୍ଦ୍ର ଗରଡ଼ା ଙ୍କୁ କହିବା ପରେ ସମସ୍ତେ ପହଂଚିଥିଲେ, ଯାତ୍ରୀ ବିଶ୍ରାମଗାର ରୁ ଡାକ୍ତରଖାନା ରେ ପହଞ୍ଚାଇବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା, କିନ୍ତୁ ଚିକିତ୍ସା ଧୀନ ଅବସ୍ଥାରେ ଅପରିଚିତ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀପୂର ଆଇଆଇସି ସୁଜ୍ଞାନୀ ସାହୁ ମଧ୍ୟ ଚିକିତ୍ସା ଧୀନ ଅବସ୍ଥା ରେ ଆସି ପହଂଚିଥିଲେ, ପରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବା ପରେ କୋରାପୁଟ ଶବ ଗୃହ କୁ ପଠାଯିବ, ସେଠାରେ ୭୨ଘଣ୍ଟା ରଖାଯିବ, ସେହି ସମୟରେ ଶବ ର ଦାବିଦାର କେହି ଆସିଲେ ଶବ ପ୍ରଦାନ କରାଯିବ ନଚେତ ପ୍ରଶାସନ ତରଫରୁ ଶବର ଅନ୍ତିମ ସଂସ୍କାର କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ଅତ୍ୟଧିକ ବର୍ଷା ରେ ଭିଜି ଭିଜି ଓ କୌଣସି ଖାଦ୍ୟ ଖାଇବାକୁ ନପାଇ ଦୁର୍ବଳ ହୋଇଯାଇଥିବା  ଯୋଗୁଁ ବ୍ୟକ୍ତି ଜଣକ ଡ୍ରେନରେ ପଡି ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି।ସୂଚନା ଅନୁଯାୟୀ ଅପରିଚିତ ବ୍ୟକ୍ତି ଜଣକ କଳାହାଣ୍ଡି ଅଂଚଳ ର ବୋଲି ଅନୁମାନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ