Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୦୦ କୋଟିର ବିବାହ ସମାରୋହରେ ନାଚିଥିଲେ ଫିଲ୍ମ ତାରକା, ଏବେ ନୋଟିସ୍ ପଠାଇବ ଇଡି

ନୂଆଦିଲ୍ଲୀ: ବେଟିଂ ଆପ୍ ମହାଦେବର ପ୍ରମୋଟର ସୌରଭ ଚନ୍ଦ୍ରାକର ମାମଲାରେ କାର୍ଯ୍ୟାନୁଷ୍ଠାନ ପରିଧି ବଢିବାରେ ଲାଗିଛି। କେନ୍ଦ୍ରୀୟ ଏଜେନ୍ସି ଏବେ ସେହି ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ପଚରା ଉଚୁରା କରିବାକୁ ପ୍ରସ୍ତୁତି ଚଳାଇଛି ଯେଉଁମାନେ ସୌରଭଙ୍କ ବିବାହ ସମାରୋହରେ ଯୋଗ ଦେଇଥିଲେ। କୁହାଯାଉଛି ଏଥିପାଇଁ ଇଡି କିଛି ବଲିଉଡ କଳାକାରଙ୍କୁ ନୋଟିସ୍ ପଠାଇବାକୁ ଯାଉଛି।

ଉଲ୍ଲେଖନୀୟ ସୌରଭ ଚନ୍ଦ୍ରାକର ନିଜ ବିବାହରେ ପାଖାପାଖି ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ବିବାହ ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ହୋଇଥିଲା। ଏହି ବିବାହ ସମାରୋହରେ ଅନେକ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ। ବର୍ତ୍ତମାନ ସୌରଭଙ୍କ ବିରୋଧରେ ତଦନ୍ତ ଚାଲିଛି। ଛତିଶଗଡ଼ର ଭିଲାଇ ମୂଳନିବାସୀ ସୌରଭଙ୍କ ୪୧୭ କୋଟି ଟଙ୍କାର ସଂପତ୍ତିକୁ ଇଡି ଆଟାଚ୍ କରି ସାରିଛି।

ସୌରଭ ଚନ୍ଦ୍ରାକର ନିଜର ସାଥୀ ରବି ଉପ୍ପଲଙ୍କ ସହିତ ମହାଦେବ ବେଟିଂ ଆପ୍ ଚଲାନ୍ତି। ମହାଦେବ ବୁକ୍ ଆପ୍ ଏକ ଅନଲାଇନ ବେଟିଂ ପ୍ଲାଟଫର୍ମ। ଏହା ବିରୋଧରେ ଇଡି ସହିତ ବିଭିନ୍ନ ରାଜ୍ୟର ପୋଲିସ ମଧ୍ୟ ତଦନ୍ତରେ ଜୁଟିଛନ୍ତି। ସୌରଭଙ୍କ ମୁଖ୍ୟାଳୟ ୟୁଏଇରେ ରହିଛି। ୟୁଏଇରେ ହିଁ ସୌରଭ ବିବାହ କରିଥିଲେ, ଯେଉଁଠି ନାଚ ଗୀତ ପାଇଁ ଫିଲ୍ମ ତାରକାଙ୍କୁ ଘରୋଇ ବିମାନରେ ନିଆଯାଇଥିଲା।

ଇଣ୍ଡିଆ ଟୁଡେ ଅନୁଯାୟୀ, ଏହି ବିବାହ ସମାରୋହରେ ଟାଇଗର ଶ୍ରଫ, ସନି ଲିୟୋନି, ନେହା କକ୍କଡ଼, ଆତିଫ ଅସଲମ, ରାହତ ଫତେହ ଅଲୀ ଖାନ, ଅଲୀ ଅସଗର, ବିଶାଲ ଦଦଲାନୀ, ଏଲି ଏଭରମ, ଭାରତୀ ସିଂମ ଭାଗ୍ୟଶ୍ରୀ, କୀର୍ତ୍ତି ଖରବନ୍ଦା, ନୁସରତ ଭରୁଚ, କୃଷ୍ଣ ଅଭିଷେକ ଓ ସୁଖବିନ୍ଦର ସିଂଙ୍କ ପରି ନାମୀ ଦାମୀ ବ୍ୟକ୍ତି ଯୋଗ ଦେଇଥିଲେ। ଇଡି ଦ୍ଵାରା ସଂଗୃହୀତ ତଥ୍ୟ ଅନୁଯାୟୀ, ଇଭେଣ୍ଟ କମ୍ପାନୀକୁ ୧୧୨ କୋଟି ଟଙ୍କା ପୈଠ କରାଯାଇଥିଲା। ହୋଟେଲ୍ ବୁକିଂ ପାଇଁ ୪୨ କୋଟି ଟଙ୍କା ନଗଦ ଟଙ୍କା ଦିଆଯାଇଥିଲା।