Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ବିଗାଡ଼ିବା ଭାରତ ବନାମ ଶ୍ରୀଲଙ୍କା ଫାଇନାଲ୍ ମୁକାବିଲାର ରୋମାଞ୍ଚ ? ଜାଣନ୍ତୁ କେମିତି ରହିବ ପାଗ

କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ୍-୨୦୨୩ର ଫାଇନାଲ୍ ମୁକାବିଲା ଖେଳାଯିବ। ତେବେ କଲୋମ୍ବୋରେ ବର୍ଷା ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି କାରଣରୁ ସୁପର-୪ ଓ ଫାଇନାଲ୍ ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର କଥା ଉଠିଥିଲା। ତେବେ ଶେଷ ମୁହୂର୍ତ୍ତରେ ନିର୍ଦ୍ଧାରିତି କାର୍ଯ୍ୟସୂଚୀ ଅନୁସାରେ କଲୋମ୍ବୋରେ ହିଁ ସମସ୍ତ ମ୍ୟାଚ୍ ଆୟୋଜନ କରାଯିବ ବୋଲି ଏସିସି ନିଷ୍ପତ୍ତି ହୋଇଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ରିଜର୍ଭ ଡେରେ ଖେଳା ଯାଇଥିଲା। ପୁଣି ଶ୍ରୀଲଙ୍କ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବର୍ଷା କାରଣରୁ ୪୨ ଓଭର ବିଶିଷ୍ଟ ଖେଳା ଯାଇଥିଲା। ତେଣୁ ଆଜିର ମ୍ୟାଚରେ ପାଗ କେମିତି ରହିବ ତାକୁ ଜାଣିବା ପାଇଁ କ୍ରିକେଟ୍ ପ୍ରେମୀ ବ୍ୟାକୁଳ ହୋଇ ରହିଛନ୍ତି।

ପାଣିପାଗ ବିଭାଗ ଅନୁଯାୟୀ, ମ୍ୟାଚ୍ ଆରମ୍ଭ ହେବା ସମୟରେ ବର୍ଷା ହୋଇପାରେ। କିନ୍ତୁ ସୁଖବର ଏହା ଯେ, ବର୍ତ୍ତମାନ କଲୋମ୍ବାରେ ବର୍ଷା ହେଉ ନାହିଁ ଏବଂ ସୂର୍ଯ୍ୟକିରଣ ପଡ଼ୁଛି। କିନ୍ତୁ ମ୍ୟାଚ୍ ସମୟରେ ବର୍ଷା ବାଧକ ସାଜିପାରେ। ଯଦି ବର୍ଷା କାରଣରୁ ଫାଇନାଲ୍ ମ୍ୟାଚ୍ ଆଜି ସଂପୂର୍ଣ୍ଣ ନ ହୁଏ ତେବେ ରିଜର୍ଭ ଡେରେ ଖେଳାଯିବ। ଆଜି ସନ୍ଧ୍ୟା ୬ଟା, ୮ଟା ଓ ୧୦ଟାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ଯେଉଁଭଳି ଭାବେ ଟୁର୍ଣ୍ଣାମେଣ୍ଟରେ ପଡ଼ିଆ କର୍ମୀ ମଇଦାନ ସୁଖାଇଛନ୍ତି ଏହା ଦେଖି ଲାଗୁଛି ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ଲାଗିବ ନାହିଁ।

ପାଣିପାଗ ବିଭାଗ ଅନୁଯାୟୀ, ମୋଟାମୋଟି ଆଜି ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ଏଥିସହିତ ୫୪ ପ୍ରତିଶତ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଏହି କାରଣରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇପାରେ। ଏସିଆ କପ୍ ୨୦୨୩ର ଫାଇନାଲ୍ ମୁକାବିଲା ଆଜି ଭାରତୀୟ ସମୟ ଅପରାହ୍ଣ ୩ଟାରେ ଆରମ୍ଭ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ