Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଆରମ୍ଭ ଝାଡାଵନ୍ତି…୧୫ଦିନରେ ୩ ମୃତ, ୩ ଆକ୍ରାନ୍ତ

ଲକ୍ଷ୍ମୀପୁର ୧୭।୦୯ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି ଆରମ୍ଭ ହୋଇଯାଇଛି ।ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ବ୍ଲକ ରେ ଝାଡା ବାନ୍ତି ଆରମ୍ଭ ହେବା କୌଣସି ନୁଆଁ କଥା ହୋଇ ନଥିବା ବେଳେ ଚଳିତ ବର୍ଷ କିନ୍ତୁ କିଛି ଦିନ ବିଳମ୍ବ ରେ ଏହା ଆରମ୍ଭ ହୋଇଛି।ସ୍ଥାନୀୟ ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡ଼ା ଗ୍ରାମ ଠାରେ ଗତ ପନ୍ଦର ଦିନ ମଧ୍ୟରେ ଝାଡା ବାନ୍ତିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ରମେଶ ମାଣ୍ଡୀଙ୍ଗା ଅଭିଯୋଗ କରିଥିବା ବେଳେ ତାଙ୍କ ମା ଶୁଆଇ ମାଣ୍ଡିଙ୍ଗା ଙ୍କ ସମେତ ବୃନ୍ଦା ମାଣ୍ଡିଙ୍ଗା,ଯୁଗୁ ମାଣ୍ଡିଙ୍ଗା ବର୍ତ୍ତମାନ ଆକ୍ରାନ୍ତ ହୋଇ ଗ୍ରାମରେ ହିଁ ରହିଥିବା ଦେଖିବାକୁ ମିଳିଛି । ଗତ ୧୫ଦିନ ମଧ୍ୟ ରେ ମୃତକ ମାନ ଙ୍କ ମଧ୍ୟ ରେ ରହିଛନ୍ତି ସୀଙ୍ଗାରି ମାଣ୍ଡିଙ୍ଗା ,ଲୀମ୍ବେ ମାଣ୍ଡିଙ୍ଗା ଏବଂ
ସେକୃ ମାଣ୍ଡିଙ୍ଗା। ଏପରିକି ବିରୀଗୁଡା ଗାଁ ରେ ଆସି ସରଜିନୀ ମାଣ୍ଡିଙ୍ଗା ୨୫ ନାମକ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ଘର ମୁସୁରିପଦରରେ ଯାଇ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଆଜି ପର୍ଯ୍ୟନ୍ତ ଗ୍ରାମରେ କୌଣସି ମେଡିକାଲ ଟିମ୍ ପହଞ୍ଚି ନଥିବା ଅଭିଯୋଗ ହୋଇଛି।ଅନ୍ୟ ପକ୍ଷ ରେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଝାଡା ବାନ୍ତି ଆକ୍ରାନ୍ତ ବ୍ୟକ୍ତି କିଛି ଡାକ୍ତରଖାନା ରେ ଚିକିତ୍ସା ହୋଇ ଫେରି ଥିବା ବେଳେ କିଛି ଆକ୍ରାନ୍ତ ଥିବା ପ୍ରକାଶ କରିଛନ୍ତି। କେବଳ ବିରୀଗୁଡା ଗାଁ ନୁହଁ ବରଂ ବ୍ଲକ ର ଅଭ୍ୟତାରଣ ଅଞ୍ଚଳ ରୁ ମଧ୍ୟ ଜଣେ ଦିଜଣ ଲେଖାଏଁ ଆକ୍ରାନ୍ତ ଆସି ଡାକ୍ତରଖାନା ରେ ଚିକିତ୍ସା ହୋଇ ଫେରି ଥିବା ଜଣା ପଡିଛି।ଶୀଘ୍ର ସ୍ଵାସ୍ତ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ