Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଆଜି ହେବ ଟିମ୍ ଇଣ୍ଡିଆ ଘୋଷଣା ! ବରିଷ୍ଠ ଖେଳାଳିଙ୍କୁ ମିଳିପାରେ ବିଶ୍ରାମ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେପ୍ଟେମ୍ବର ୨୨ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ସୋମବାର ଅର୍ଥାତ ଆଜି ସନ୍ଧ୍ୟାରେ ଭାରତୀୟ ଦଳ ଘୋଷଣା ହୋଇପାରେ। ଦଳ ପ୍ରବନ୍ଧକ ଓ ଚୟନକର୍ତ୍ତା ଏହି ସିରିଜରେ ଦଳର ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେଇପାରନ୍ତି। ଏହି ତାଲିକାରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ୍ ହୋଇ ପାରନ୍ତି। ଏହି ସିରିଜ୍ ସରିବା ମାତ୍ରେ ବିଶ୍ଵକପ୍ ଆରମ୍ଭ ହୋଇଯିବ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା ଆଜି ରାତି ୮ଟା ୩୦ରେ ହୋଇପାରେ। ଇନସାଇଡ୍ ସ୍ପୋର୍ଟ୍ସର ଏକ ଖବର ଅନୁଯାୟୀ, ଚୟନ କମିଟି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ପାରନ୍ତି। ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। କୋହଲି ଦୀର୍ଘ ସମୟ ଧରି କ୍ରିକେଟ୍ ଖେଳୁଛନ୍ତି, ତେଣୁ ତାଙ୍କୁ ବିଶ୍ଵକପ୍ ପୂର୍ବରୁ ବିଶ୍ରାମ ଦେବା ଜରୁରୀ।

ବିଶ୍ଵକପରେ ବହୁତ ମ୍ୟାଚ୍ ଖେଳାଯିବ। ରୋହିତଙ୍କୁ ମଧ୍ୟ ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିଶ୍ରାମ ଦିଆଯାଇପାରେ। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଫିଟ୍ ହେବା ପରେ ପାଖାପାଖି ଗୋଟିଏ ବର୍ଷ ପରେ ଦଳକୁ ଫେରିଛନ୍ତି। ତାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇପାରେ।
ରୋହିତଙ୍କ ଅନୁପସ୍ଥିତିରେ ଇଶାନ କିଷନଙ୍କୁ ଓପନିଂ କରିବାର ସୁଯୋଗ ମିଳିପାରେ। ଇଶାନ ଓ ଗିଲ୍ ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳିଙ୍କ ତାଲିକାରେ ସାମିଲ୍। ମଧ୍ୟକ୍ରମ ସମ୍ଭାଳିବେ କେଏଲ ରାହୁଲ। ଶ୍ରେୟସ ଆୟରଙ୍କ ଫିଟନେସକୁ ନେଇ ସଂପ୍ରତି କୌଣସି ସୂଚନା ମିଳିପାରି ନାହିଁ। ଯଦି ସେ ଫିଟ୍ ଅଛନ୍ତି ତେବେ ତାଙ୍କୁ ଦଳରେ ସ୍ଥାନ ମିଳିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ