Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା…

ଲକ୍ଷ୍ମୀପୁର ୧୯।୦୯ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଅଗ୍ରପୁଜ୍ୟ ଶ୍ରୀଗଣେଶ ଙ୍କ ପୂଜା ବଡ଼ ଧୁମ୍ ଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସାହି ସାହି ରେ ସବୁଠି ଗଣେଶ ପୂଜା ଅନୁଷ୍ଠିତ ହୋଇଛି ।ସୁନ୍ଦର ଆଲୋକ ସଜ୍ଜ୍ୟା ରେ ପୂଜା ମଣ୍ଡପ ଗୁଡ଼ିକ ଝଲସି ଉଠିଛି।ବ୍ଲକ୍ ସଦର ରେ ଥିବା ଲକ୍ଷ୍ମୀପୂର ମହାବିଦ୍ୟାଳୟ, ୟୁଏନରାଜୁ ବାଳିକା ବିଦ୍ୟାଳୟ,ସାଙ୍ଗନ୍ନା ହାଇସ୍କୁଲ୍,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ସିଦ୍ଧେଶ୍ୱରି ପବଲିକ୍ ସ୍କୁଲ୍,ପରଜା ସାହି,ପୁରୁଣା ବଜାର,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାନୀମୂଷା ପ୍ରାଥମିକ ବିଦ୍ୟାଳୟ,ଉପର ଦୋରା ସାହି,ନୂତନ ବଜାର ସମେତ ଗାଁ ର ୨୦ରୁ ଉର୍ଦ୍ଧ ସ୍ଥାନରେ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନୁଆଁ ଢଙ୍ଗ ରେ ଚର୍ଚ୍ଚା ରେ ରହିଥିବା ଚନ୍ଦ୍ରଜାନ ଅରବିଟ କୁ ତିଆରି କରି ଉପର ଦୋରା ସାହି ଚର୍ଚ୍ଚା ରେ ହିଁ ରହିଛି।ସନ୍ଧ୍ୟା ରେ ପ୍ରତ୍ୟେକ ମଣ୍ଡପ ଆଗରେ ଲୋକ ଙ୍କ ଭିଡକୁ ନେଇ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି,ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ