Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ବିଦ୍ୟାଳୟରେ ନିଆଁ

ନାରାୟଣ ପାଟଣା୨୧/୯/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏକ ଅଭାବନୀୟ ଘଟଣା ଘାଟି ଯାଇଛି।ଏକ ପ୍ରାଥମିକ ବିଦ୍ୟାଳୟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।ଖବର ନେବାରେ ଜଣା ପଡିଛିକୀ ବୁଧବାର ଦିନ ଅପରାହ୍ନରେ ଦାସିନି ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ନିଆଁ ଲାଗିଥିବା ଦେଖି କିଛି ଲୋକ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଦମକଳ ଗାଡ଼ି ଧରି ପହଚିଁ ନିଆଁକୁ ଆୟତ୍ତ କରିବା ସହ ବିଦ୍ୟାଳୟ ଭିତରେ ଥିବା କିଛି ନିନିଷ ପତ୍ର ଉଦ୍ଧାର କରିଥିଲେ। ପୋଡ଼ି ପାଉଁଶ ହୋଇ ଯାଇଛି।ସମସ୍ତ ଆସବାବ ପତ୍ର ଜଳି ଯାଇଥିବା ଅନୁମାନ କରାଯାଉଛି।ନିଆଁ ଲାଗିବାର କାରଣ ଏଯାଏଁ ଜଣା ପଡ଼ି ନଥିଲେ ମଧ୍ୟ ଏହା ସର୍ଟସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କାରା ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ