Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ରେ ଜୁନିୟର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର

ଲକ୍ଷ୍ମୀପୂର ୨୨.୦୯ ଲକ୍ଷ୍ମୀପୁର  ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ତୃଣମୂଳ ସ୍ତରରେ ଜୁନିୟର ରେଡ୍ କ୍ରସ୍ ର କ୍ରିୟାନ୍ଵୟନ୍ ପାଇଁ ଏକଦିବସୀୟ ବ୍ଲକ ସ୍ତରୀୟ ଜୁନିୟର ରେଡ୍ କ୍ରସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ  ଗୋପାଳ ମଣ୍ଡଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ  କୈଳାଶ ଚନ୍ଦ୍ର ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ମାନସ ମୁଖାର୍ଜୀ , ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡା ଓ  ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ଯୋଗଦାନ କରି ଲକ୍ଷ୍ମୀପୁର ଓ ଦଶମନ୍ତପୁର ବ୍ଲକ୍ ର ୨୫ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀଙ୍କୁ ରେଡକ୍ରସ୍ ର ପ୍ରତିଷ୍ଠାତାଙ୍କ ଜୀବନୀ, ରେଡକ୍ରସ୍ ର ଉତ୍ପତ୍ତି ,ଜୁନିୟର ରେଡକ୍ରସ ର ଉତ୍ପତ୍ତି , ସାମ୍ପ୍ରତିକ ସ୍ଥିତିରେ ସ୍ବେଛାସେବୀମାନଙ୍କ ସମାଜ ପାଇଁ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ବିଦ୍ୟାଳୟ ସ୍ତରରେ ଜୁନିୟର ରେଡ୍ କ୍ରସ୍ ର କ୍ରୀୟନ୍ଵୟନ ଉପରେ ରାଜ୍ୟ ସାଧନ କର୍ମୀ  ଯଜ୍ଞେଶ୍ଵର ପଣ୍ଡା  ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ ।ସାଧନକର୍ମୀ  କାଞ୍ଚନ ହନ୍ତାଳ ବିପର୍ଯ୍ୟୟ ପରିଚାଳନା ଉପରେ ଅବଗତ କରାଇଥିବା ବେଳେ ପ୍ରାଥମିକ ଉପଚାର ଉପରେ ସାଧନକର୍ମୀ ହରେକୃଷ୍ଣ ମହାରଣା ସକ୍ରିୟାତ୍ମକ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ଲକ୍ଷ୍ମୀପୁର ବ୍ଲକ ସଂଯୋଜକ ସପନ କୁମାର ଦୀକ୍ଷିତ ସଂଯୋଜନା  କରିଥିବା ବେଳେ ଦଶମନ୍ତପୁର  ବ୍ଲକ  ସଂଯୋଜକ ସିମନ୍ କୁମାର ଜେନା  ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ