Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରି ମାମଲାରେ ୨ଗିରଫ…ଚୋରି ସାମଗ୍ରୀ କିଣିବା ଅଭିଯୋଗ ରେ ଜଣେ ଗିରଫ….

ଲକ୍ଷ୍ମୀପୁର ୨୨।୦୯ .. ଅଶ୍ୱିନୀ ପଣ୍ଡା ନାମକ ଜଣକ ଘରୁ ଚୋରି ମାମଲା ରେ ଲକ୍ଷ୍ମୀପୁର ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ, ଚୋରି ସାମଗ୍ରୀ କିଣି ଘରେ ରଖିଥିବା ମାମଲା ରେ ଆଉ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସୂଚନା ମୁତାବକ ନବରଙ୍ଗପୁର ରେ ବେସରକାରୀ ଚାକିରି କରୁଥିବା ଅଶ୍ୱିନୀ ପଣ୍ଡା ଙ୍କ ନିଜ ଘର ଲକ୍ଷ୍ମୀପୂର ବ୍ଲକ କଲୋନୀ ରେ ତାଙ୍କର ନିଜ ଘର ରହିଛି, ଘରେ ତାଲା ପକାଇ ସେ ନବରଙ୍ଗପୁର ରେ ରହୁଥିବା ବେଳେ ବ୍ଲକ କଲୋନୀ  ନିକଟରେ ରହୁଥିବା ରାଜକୁମାର ସାଗର ଓ ଦିଲୀପ ମୁଦୁଲି ଙ୍କ ନଜର ପଡିଥିଲା, ଗତ ତିନି ରୁ ଚାରି ଦିନ ଧରି କ୍ରମନ୍ୱୟ ରେ ଘର ଭିତରେ ପଶି ଅନାୟାସ ରେ ଘର ର ବିଭିନ ସାମଗ୍ରୀ ଚୋରି କରି ନେଇଁ ଯାଉଥିଲେ। ଗତକାଲି ଦିନ ଦିପହର ରେ ଘର ଭିତରେ ଶବ୍ଦ ହେବା ଜାଣି ପଡୋଶୀ ଆସି ଦେଖିଲେ, ସନ୍ଦେହରେ ଚୋର ଥିବା ଜାଣି ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଘର ଭିତରୁ ରାଜକୁମାର ଙ୍କୁ ଓ ଘରବାହାରୁ ଦିଲୀପ ଙ୍କୁ ଧରି ଥାନା କୁ ନେଇଥିଲେ। ଥାନା ରେ ପଚରା ଉଚୁରା କରିବା ପରେ ଅଶ୍ୱିନୀ ଙ୍କ ଘରୁ ଚୋରି ନେଇଁ କାହାକୁ ବିକ୍ରୟ କରିଛନ୍ତି ସବୁ କହିଥିଲେ। ନବରଙ୍ଗପୁର ରୁ ଆସି ଘରେ ଦେଖିବା ପରେ ଘର ମାଲିକ ଅଶ୍ଵିନୀ ପଣ୍ଡା ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କଲା ପରେ କେସ ନମ୍ୱର୍ ୧୧୧/୨୩ ରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଥିଲା।ସେମାନଙ୍କୁ ପଚାରିବା ପରେ ଚୋରି କରିଥିବା ମାନିବା ସହ କିଛି ସାମଗ୍ରୀ ରମାକାନ୍ତ ଚୌଧୁରୀ ଓରଫ (ରମେଶ ସିଙ୍ଗ) ନାମକ ଜଣେ ବ୍ୟକ୍ତିଙ୍କୁ ବିକି ଥିବା ମାନିବା ପରେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ରମେଶ କୁ ମଧ୍ୟ ପୋଲିସ ଗିରଫ କରିଥିଲା। ରମାକାନ୍ତ ଙ୍କ ଘରୁ ପିତଳ ସାମଗ୍ରୀ ସହ ଗୋଟିଏ ଏଲଇଡି ଟିଭି,ଗୋଟିଏ ଇଣ୍ଡେକ୍ସନ୍ ଚୁଲା ସହ ଦୁଇଟି ଗ୍ୟାସ ସିଲିଣ୍ଡର୍ ଜବତ ହୋଇଥିବା ତଦନ୍ତ କାରି ଅଫିସର କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ କହି ଛନ୍ତି।ରାଜକୁମାର ସାଗର ଏକାଧିକ ଚୋରି ମାମଲା ରେ ସମ୍ପୃକ୍ତ ଥିବା ବେଳେ ପୋଲିସ ପଚରା ଉଚରା ସମୟରେ ରାମ ମନ୍ଦିର ର ଚୋରି ରେ ସମ୍ପୃକ୍ତ ଥାଇ ପାରେ ବୋଲି କହିଛି, କିନ୍ତୁ ରାମ ମନ୍ଦିର ରେ ଚୋରି ସାମଗ୍ରୀ କିଛି ଉଦ୍ଧାର ହୋଇନାହିଁ। ରିମାଇଣ୍ଡ ରେ ଆଣି ତଦନ୍ତ କଲେ ହିଁ ରାଜକୁମାର କେଉଁ କେଉଁ ଚୋରି ରେ ସମ୍ପୃକ୍ତ ତାହା ଜଣା ପଡିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ