Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଢରାଜ ପୁର ରେ କଂଗ୍ରେସ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀ।

ଗୋପାଳପୁର,୨୫/୦୯ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମେଣ୍ଢରାଜପୁର କୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀ ଗସ୍ତ କରିବା ସହ କଂଗ୍ରେସ କର୍ସମୀ ଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ମେଣ୍ଢରାଜପୁର ସ୍ଥିତ ଚୈତନ୍ୟ ଠାକୁର ମଣ୍ଡପ ଠାରେ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଆଗାମୀ ବିଧାନସଭା ନିର୍ବାଚନରେ ଶାସକଦଳର ଏକଛତ୍ରବାଦ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ସରକାରଙ୍କ ବିଫଳତା କୁ ଘରେ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବରିଷ୍ଠ ଆଇନଜୀବୀ ତଥା ପିସିସି ସଭ୍ୟ ଡ଼ଃ ଶମ୍ଭୁ ପାଣିଗ୍ରାହୀଙ୍କ ପକ୍ଷରୁ ନବୀନ ଶାସନରେ ସରକାରୀ ଅଫିସର ମାନେ ନିଜର ପଦର ଦୁରୁପଯୋଗ କରିବା ସହ ଶାସକ ଦଳର ହାତବାରିସ ସାଜି ବିଭିନ୍ନ ଦୁର୍ନୀତି ରେ ଲିପ୍ତ ରହୁଥିବାରୁ କର୍ମୀ ମାନେ ଏହାର ଉଚିତ ଜବାବ ଆଗାମୀ ସାଧାରଣ ନିର୍ବାଚନ ରେ ଦେବାକୁ ପ୍ରସ୍ତୁତ ରହିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦେବେନ୍ଦ୍ର ସାହୁ,ଚିତ୍ତରଞ୍ଜନ ସାହୁ ,ଭାଗିରଥି ସାହୁ, ଗ୍ରାମ୍ୟ ନାଇଡୁ ଗଣେଶ ରେଡ୍ଡୀ,ସୁକାନ୍ତ ସାହୁ,ସୂର୍ଯ୍ୟନାରଣ ରେଡ୍ଡୀ,ଈଶ୍ୱର ସାହୁ ମଣିକାନ୍ତ ରେଡ଼ି,କାମେଶ୍ୱର ରେଡି,ସୁରେନ୍ଦ୍ର ରେଡ୍ଡୀ ଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories